(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଏବେ ପ୍ରଚଳିତ ୧, ୨, ୫, ୧୦ ଟଙ୍କା କଏନ ନେବାକୁ ଦୋକାନୀ ମନା କରିଦେଉଛନ୍ତି । ବାରମ୍ବାର ରିଜର୍ଭ ଭ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ତାଗିତ ପରେ ଲୋକେ ଏହାକୁ ବେଖାତିର କରୁଛନ୍ତି । ଏହାକୁ ନେଇ ଧୀରେ ଧୀରେ ଲୋକେ ଭ୍ରମରେ ରହିଛନ୍ତି । ଏହାକୁ ନେଇ ଆରବିଆଇ ପୁଣି ଏକ ଗାଇଡଲାଇନ ଜାରି କରିଛନ୍ତି ।
ଆରବିଆଇ ସ୍ପଷ୍ଟ କରିଛି, ବଜାରରେ ପ୍ରଚଳିତ ସମସ୍ତ ମୁଦ୍ରା କଏନ ବୈଧ ଅଟେ । କୌଣସି ବ୍ୟକ୍ତି ବା ଦୋକାନୀ କଏନ ନେବାକୁ ମନା କଲେ ପୁଲିସରେ ଅଭିଯୋଗ କରିହେବ । ଏବଂ ଉକ୍ତ ବ୍ୟକ୍ତିଙ୍କୁ ୭ ବର୍ଷ ଜେଲ ହୋଇପାରେ । ଏଥିସହ ଆରବିଆଇ ସମସ୍ତ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛି, ଗ୍ରାହକଙ୍କଠାରୁ କଏନ ନେବାକୁ ମନା କରିପାରିବେ ନାହିଁ । କଏନର ପ୍ରଚଳନ ଦୀର୍ଘ ମିଆଦି । ତେଣୁ ଏଥିପାଇଁ ଭିନ୍ନ ଭିନ୍ନ ଡିଜାଇନ ଏବଂ ଆକାରର କଏନ ଜାରି ମଧ୍ୟ କରାଯାଇଥାଏ ବୋଲି ଆରବିଆଇ କହିଛନ୍ତି।