ଆଜି ପବିତ୍ର ରାଧାଷ୍ଟମୀ , ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଭାଦ୍ରବ ଶୁକ୍ଳ ଅଷ୍ଟମୀ ଦିନରେ ପାଳିତ ହୁଏ ରାଧାଷ୍ଟମୀ । ଶ୍ରୀ ମନ୍ଦିରରେ ଏହି ନୀତିକାନ୍ତି ହୁଏ । ଏହି ଦିନ ସକାଳ ଧୂପ ପରେ ଲକ୍ଷ୍ମୀ ଠାକୁରାଣୀ ଶ୍ରୀ ଅଭ୍ଗରୁ ଆଜ୍ଞାମାଳ ପାଇ ସାତପାହାଚ ଦ୍ୱା ପାଶେ ଥିବା ପାଲିଙ୍କିରେ ଯାଇ ଲକ୍ଷ୍ମୀ ଦେଉଳରେ ଜଗନମୋହନରେ ପଡ଼ିଥିବା ଖଟ ଉପରେ ବିଜେ ହୋଇ ଝୁଲଣ ମଣ୍ଡପକୁ ଯାଆନ୍ତି। ସେଠାରେ ସୁନା ହରଡମାଳ, କମରପଟା, ଓ ଦୟଣାମାଳି ଦେଇଥିବା ଚୂଳ ଲାଗି ହୋଇ ବଡ ଦେଉଳ ବେଢାରେ ବୁଲି ଶ୍ରୀ ଜମ୍ବେଶ୍ଵର ଜହ୍ନିମୁଣ୍ଡିଆ ଉପରେ ବିଜେ କରନ୍ତି। ଏଠାରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ବନ୍ଦାପନା ହୋଇ ସିଂହାସନ ପୋଛା ସରିଲା ସରିଲା ପରେ ଚାରିବାଡରେ ମହାସ୍ନାନ ବଢେ ଓ ପାଳିଆ ପୁଷ୍ପାଳକ ଲକ୍ଷ୍ମୀ ସରସ୍ଵତୀଙ୍କୁ ଖଟ ଶେଯ ଘରୁ ନେଇ ସନ୍ଧ୍ୟା ଆଳତୀ ବେଶ କରନ୍ତି। ସନ୍ଧ୍ୟାପରେ ଚାରିଜଣ ପଣ୍ଡା ପୂଜାରେ ବସନ୍ତି ଓ ସୁଦର୍ଶନଙ୍କ ବାଡରେ ପ୍ରସାଦ ଲାଗି ହୁଏ। ଭୋଗପରେ ବନ୍ଦାପନା ହୁଏ।