(ଟୁକୁନା ଖରା) ନବରଙ୍ଗପୁର: ନବରଙ୍ଗପୁର ସହର ରାଜରାସ୍ତାରେ ଗଳା କାଟିଲେ ଦୁର୍ବୁତ୍ତ । ଜଣେ ଅଜଣା ବ୍ୟକ୍ତି ତହସିଲ ଅଫିସ ନିକଟରେ ଠିଆହୋଇଥିବା ବେଳେ କେହି ଜଣେ ଦୁର୍ବୁତ୍ତ ଅଚାନକ ଏକଧାରୁଆ ଅସ୍ତ୍ରରେ ଗଳା କାଟି ଚାଲିଯାଇଥିଲେ । ନବରଙ୍ଗପୁର ପୋଲିସ ଘଟଣା ସମ୍ବନ୍ଧରେ ଖବର ପାଇ ଗୁରୁତର ଅବସ୍ଥାରେ ଯୁବକକୁ ଘଟଣାସ୍ଥଳରୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଭର୍ତି କରିଥିଲେ । ଆହତ ଯୁବକ ନିକଟରୁ ମିଳିଥିବା ଆଧାର କାର୍ଡ ରୁ ସେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଘଣ୍ଟିଗୁଡା ନିକଟ ମହିମା ଗାଁର ଖୀରସିନ୍ଧୁ ଗହୀର ବୋଲି ଜଣାପଡିଛି । ନବରଙ୍ଗପୁର ମେଡିକାଲରେ ଖୀରସିନ୍ଧୁ ଙ୍କ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ କୋରାପୁଟ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଛି । ନବରଙ୍ଗପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରି ଗଳା କାଟିଥିବା ଦୁର୍ବୁତ୍ତ କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଛି ।