(ବିରୁପାକ୍ଷ ପ୍ରଧାନ)ଆଠଗଡ଼: ଗତକାଲି ତିଗିରିଆ ଗାନ୍ଧୀ ପଡ଼ିଆ ଠାରେ ଓକିଲ ସଂଘ ପକ୍ଷରୁ ଏକ ବିରାଟ ସଭାର ଆୟୋଜନ କରାଯାଇଥିଲା । ଏହି ସଭାରେ କ୍ୟାବିନେଟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଓ କଟକ ଲୋକସଭା ସାଂସଦ ଭତୃହରୀ ମହତାବ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସ୍ଥାନୀୟ ନୂଆ ସଡ଼କ ଛକ ଠାରୁ ଏକ ବିରାଟ ଶୋଭା ଯାତ୍ରା କରାଯାଇ ତିଗିରିଆ ଗାନ୍ଧୀ ଛକ ପର୍ୟ୍ୟନ୍ତ ମନ୍ତ୍ରୀ ଓ ସାଂସଦଙ୍କୁ ଅଣାଯାଇଥିଲା । ଏହି ସଭାରେ ଓକିଲ ସଂଘ ସମେତ ତିଗିରିଆ ଅଞ୍ଚଳର ବିଭିନ୍ନ ସଂଗଠନ, ବିଜୁ ଯୁବ ବାହିନୀ.ବିଭିନ୍ନ ସରକାରୀ ଅଧିକାରୀ ଓ ଶିକ୍ଷା ଅନୁଷ୍ଠାନ ମାନଙ୍କୁ ସମ୍ବନ୍ଧିତ କରିଥିଲେ ।