ଘରୋଇ ଉପଚାର ସାହାଯ୍ୟରେ କଳାଜାଇକୁ କରନ୍ତୁ ବାଏ ବାଏ

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : କଳାଜାଇ ଯଦି ଚେହେରାରେ ଠିକ୍‌ ସ୍ଥାନରେ ଥାଏ ତାହେଲେ ଏହା ସୌନ୍ଦର୍ୟ୍ୟତା ବଢାଏ କିନ୍ତୁ କେବେ କେବେ କଳାଜାଇ ତ୍ବଚାକୁ ଅସୁନ୍ଦର କରାଏ। ଏଥିପାଇଁ କିଛି ଘୋରୋଇ ଉପଚାର ସାହାଯ୍ୟରେ କଳାଜାଇକୁ ଲୁଚାଯାଇପାରିବ। ଜାଣନ୍ତୁ ଏହି ଟିପ୍ସ-
– କଳାଜାଇ ଲୁଚାଇବା ପାଇଁ ତେଲ ନଥିବା ଫାଉଣ୍ଡସନ ବ୍ୟବହାର କରିବା ଆବଶ୍ୟକ । ଫାଉଣ୍ଡସନ ନିଜ ସ୍କିନ ରଂଗରୁ କମ ହୋଇଥିବା ଜରୁରୀ। ଏହା କଳାଜାଇ ଲୁଚାଇବାରେ ସାହାଯ୍ୟ କରିଥାଏ।
– କଳାଜାଇ ଲୁଚାଇବାରେ ସବୁଠୁ ପୂରୁଣା ଓ ସୁବିଧା ମେକଅପ ଟିପ୍ସ ମଧ୍ୟରୁ ଗୋଟେ ହେଉଛି କଂସିଲର। କଂସିଲର ଲଗାଇଲେ ଚେହେରାରେ ଥିବା ସବୁ କଳା ଚିହ୍ନ ଲୁଚାଏ। କିନ୍ତୁ କଂସିଲର ଲଗାଇବା ସମୟରେ ଏକ ବିଶେଷ ଜିନିଷ ଧ୍ୟାନ ରଖିବା ଉଚିତ୍‌। କଂସିଲର ଓ ଫାଉଣ୍ଡସନ ଏକା ରଂଗର ଲଗାଇବା ଜରୁରୀ ।
କଂସିଲର ଓ ଫାଉଣ୍ଡେସନ ଭଲ ଭାବେ ମିଶାଇ ଲଗାଇଲେ ପରିଣାମ ବେଶ ଭଲ ମିଳିବ। କଂସିଲରର ଦୁଇ ପରସ୍ତ ଲଗାଇଲେ ପ୍ରଥମ ପରସ୍ଥ ପରେ ପାଉଡର ଲଗାଇ ଦ୍ବିତୀୟ ଥର ଲଗାଇବା ଆବଶ୍ୟକ। ଏହା ଚେହେରାକୁ ଚମକାଇବାରେ ସାହାଯ୍ୟ କରେ।
– ପ୍ରଥମେ କଂସିଲର ଦୁଇ ପ୍ରକାରର ମିଳୁଥିଲା କିନ୍ତୁ ଏବେ ଏହା ସବୁଜ, ଲାଭେଣ୍ଡର, ହଳଦିଆ ରଂଗରେ ମଧ୍ୟ ଉପଲବ୍ଧ ଅଛି। ଏହା ଖୁବ୍‌ ଭଲ ଭାବେ କଳାଜାଇ ଲୁଚାଇଥାଏ।
– କ୍ରିମ କଂସିଲରର ଗୋଟେ ବୁନ୍ଦା ଚେହେରା ପାଇଁ ବହୁତ ଭଲ। ଏହା ତ୍ବଚାରେ ଥିବା କଳାଜାଇକୁ ମଧ୍ୟ ଲୁଚାଇଥାଏ।