(ଆଦର୍ଶ ରାଉତ) ଭୁବନେଶ୍ୱର: ଖଣ୍ଡଗିରି ଥାନା ପୁଲିସ ଭରତପୁରର ଜିଏ କଲୋନୀ, ପ୍ଲଟ ନଂ ଜିଏ-୮୩୬ଘର ଉପରେ ଗତ କାଲି ଚଢାଉ କରି ୩ ଜଣ ମହିଳାଙ୍କ ସମେତ ୨ ପୁରୁଷଙ୍କୁ ଗିରଫ କରିଛି । ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ନେଇ ଗତ ୫ ଏପ୍ରିଲରେ ଗଙ୍ଗାଧର ପାଣିଗ୍ରାହୀ ନାମକ ଜଣେ ସବ ଇନିସ୍ପେକ ।ର ଖଣ୍ଡଗିରି ଥାନା ଆଇଆଇସିଙ୍କୁ ଜଣାଇଥିଲେ ।
ପୁଲିସ ଅନୁଯାୟୀ, ରଞ୍ଜନ ସାମନ୍ତରାୟ, ନିରଞ୍ଜନ ନାୟକ ଓ ବିଶ୍ୱଜିତ ନାୟକ ଏହି ଦେହବ୍ୟବସାୟ ୬ ମାସ ଧରି ଚଳାଇ ଆସୁଥିଲେ । ପଶ୍ଚିମ ବଙ୍ଗରୁ ଝିଅଙ୍କୁ ଆଣି ଏଠାରେ ଦେହ ବ୍ୟବସାୟରେ ଲଗାଉଥିଲେ । ବର୍ତ୍ତମାନ ସେମାନେ ୩ ବଙ୍ଗୀୟ ବାଳିକାକୁ ଏହି କାମରେ ଲଗାଇଛନ୍ତି । ଚଢାଉ ସମୟରେ ଗୋଟିଏ କାର, ଏକାଧିକ ମୋବାଇଲ, ଅନେକ ଅବ୍ୟବହୃତ ଗର୍ଭନିରୋଧକ ସାମଗ୍ରୀ ଜବତ କରାଯାଇଛି । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରିଛି ।