ପାଟ୍ରୋଲିଂ ବେଳେ ଧରାପଡ଼ିଲା ଟଙ୍କା

(ମୃତ୍ୟୁଞ୍ଜୟ ଭୋଇ /ରିପୋଟରର୍ସ ଟୁଡ଼େ) : ଢେଙ୍କାନାଳ ଜିଲା ଭୁବନରେ ନିର୍ବାଚନ ପାଇଁ ଫ୍ଲାଇଂ ସ୍କ୍ବାଡ୍‌ ପାଟ୍ରୋଲିଂ ସମୟରେ ୨ଲକ୍ଷ ୬ ହଜାର ୭ ଶହ ଟଙ୍କା ଜବତ କରିଛି । ସବୁଦିନ ପରି ଫ୍ଲାଇଂ ସ୍କ୍ବାଡ୍‌ ୫୩ ନଂ ଜାତୀୟ ରାଜପଥ ବାଜି ରାଉତ କଲେଜ ଛକ ନିକଟରେ ପାଟ୍ରୋଲିଂ କରୁଥିବା ବେଳେ ଯାଜପୁର ଜିଲା ଧର୍ମଶାଳା ଥାନା ରାଣୀବନ୍ଦୀ ଗ୍ରାମର ମୁଲସିଙ୍ଗ ରାଠୋରଙ୍କଠାରୁ ଉକ୍ତ ଟଙ୍କା ଜବତ ହୋଇଛି॥ ସେ ନେଉଥିବା ଉକ୍ତ ଟଙ୍କାର ପ୍ରମାଣ ନ ଦେବାରୁ ଜବତ ଟଙ୍କାକୁ ପୋଲିସ ଜିମା ଦେବାପରେ ଗାଡ଼ିକୁ ଛାଡିଦିଆଯାଇଥିଲା। ଏଥିରେ ଫ୍ଲାଇଂ ସ୍କାଡ୍‌ ଦାୟିତ୍ୱରେ ଥିବା ଭୁବନ ଏନ୍‌ଏସି ନିର୍ବାହୀ ଯନ୍ତ୍ରୀ ପ୍ରମୋଦ କୁମାର ବରାଳ ଓ ଥାନା ଏସ୍‌ଆଇ ପଙ୍କଜ ମାଝିଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।