ଜଳିଗଲା ରୋଲର

( ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ ) : ଗତକାଲି ରାଉରକେଲା ସ୍ଥିତ ବିଶ୍ରା ଥାନା ସାନରାମଲୁଇ ରାସ୍ତା କାମ ଚାଲିଥିବା ସମୟରେ କିଛି ଦୁବୃର୍ତ ଆସି କାମ ବନ୍ଦ କରିବାକୁ କହିଥିଲେ । ଏହାପରେ ସେମାନେ ରୋଲରକୁ ଜାଳି ଦେଇଥିଲେ । ଏହି ଅଗ୍ନିକାଣ୍ଡ ପିଏଲଏଫ ସଦସ୍ୟ ଘଟାଇଥିବା ସନ୍ଦେହ କରାଯାଉଛି । ଚାନ୍ଦା ନଦେବାରୁ ସେମାନେ ଏସବୁ କରିଥିବା ଏକ ଚିଠିରେ ଉଲ୍ଲେଖ କରିଛନ୍ତି । ଘଟଣାସ୍ଥଳରୁ ଗାଁ ଲୋକେ ଏହି ଚିଠି ଜବତ କରିଛନ୍ତି । ବର୍ତମାନ ଘଟଣାସ୍ଥଳରେ ପୋଲିସ ପହଁଚି ଛାନଭିନ ଆରମ୍ଭ କରିଛି ।