ଟିମ୍‌ରେ ସାମିଲ କରୁଛ, କିନ୍ତୁ ଖେଳିବାର ସୁଯୋଗ ଦେଉନାହଁ!

ଟିମ୍‌ରେ ସାମିଲ କରୁଛ, କିନ୍ତୁ ଖେଳିବାର ସୁଯୋଗ ଦେଉନାହଁ! ଏଭଳି କରି ଜଣେ ଖେଳାଳିଙ୍କ ଆତ୍ମବିଶ୍ୱାସ ଭାଙ୍ଗିବା କେତେଦୂର ଠିକ୍? ମହମ୍ମଦ ସିରାଜଙ୍କୁ ନେଇ ଏବେ ଏମିତି ପ୍ରଶ୍ନ ଉଠାଇଛନ୍ତି ମୁରଲୀ କାର୍ତ୍ତିକ। ଭାରତୀୟ କ୍ରିକେଟ୍‌ରେ ନିଜର ବୋଲିଂ ଦକ୍ଷତା ପାଇଁ ପରିଚିତ ମହମ୍ମଦ ସିରାଜ। ଟେଷ୍ଟ ହେଉ କି ଦିନିକିଆ, ଅନେକ ମ୍ୟାଚ୍‌ରେ ନିଜ ପ୍ରଦର୍ଶନରେ ଦଳକୁ ସଫଳତା ଦେଇଛନ୍ତି ସେ। ତେବେ ଦଳରେ ସାମିଲ ହେବା ସତ୍ତ୍ୱେ ଯଦି ତାଙ୍କୁ ଖେଳିବାର ସୁଯୋଗ ମିଳୁନାହିଁ, ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁରଲୀ କାର୍ତ୍ତିକ।

IPL 2021 List Of Commentators: Murali Kartik's Selection Irks Indian Fans  Once Again

କାର୍ତ୍ତିକଙ୍କ ମତରେ, ଜଣେ ଖେଳାଳିଙ୍କୁ ଦଳରେ ରଖିବା ପରେ ତାଙ୍କୁ ଖେଳିବାର ସୁଯୋଗ ଦେବା ମଧ୍ୟ ଜରୁରୀ। ଲଗାତାର ବେଞ୍ଚରେ ବସି ରହିବା ଖେଳାଳିଙ୍କ ମନୋବଳ ଉପରେ ପ୍ରଭାବ ପକାଇପାରେ। ତେବେ ସିରାଜଙ୍କୁ ନେଇ ମୁରଲୀ କାର୍ତ୍ତିକଙ୍କ ଏହି ମତ ଏବେ କ୍ରିକେଟ୍‌ ମହଲରେ ଚର୍ଚ୍ଚାକୁ ଜୋରଦାର କରିଛି।