ଭାରତୀୟ କ୍ରିକେଟ୍ ଜଗତରୁ ଆସିଛି ଏକ ଖାସ୍ ଖବର। ଖେଳ ପଡ଼ିଆରେ ନିଜ ବ୍ୟାଟିଂର ଯାଦୁ ଦେଖାଉଥିବା ଷ୍ଟାର୍ କ୍ରିକେଟର ରିଙ୍କୁ ସିଂହ ଏବେ ଜୀବନର ନୂଆ ଇନିଂସ୍ ଆରମ୍ଭ କରିବାକୁ ଯାଉଛନ୍ତି। ଆଉ ଏହି ଖାସ୍ ଅବସରକୁ ସ୍ମରଣୀୟ କରିବା ପାଇଁ ସେ ଦେଇଛନ୍ତି ଦେଶର ପ୍ରଧାନମନ୍ତ୍ରୀଙ୍କୁ ବିବାହ ନିମନ୍ତ୍ରଣ। ନିଜ ବିବାହ ପାଇଁ ରିଙ୍କୁ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଏହି ସାକ୍ଷାତକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

ରିଙ୍କୁଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଛି। ଉତ୍ତରପ୍ରଦେଶର ଏହି କ୍ରିକେଟର ନିଜ ପ୍ରତିଭା ଓ ପରିଶ୍ରମ ବଳରେ ଭାରତୀୟ ଦଳରେ ସ୍ଥାନ ପକ୍କା କରିଛନ୍ତି। ଏବେ କ୍ରିକେଟ୍ ମଇଦାନ ବାହାରେ ତାଙ୍କ ଜୀବନର ନୂଆ ଅଧ୍ୟାୟକୁ ନେଇ ଚର୍ଚ୍ଚା। ତେବେ ବିବାହ ଉତ୍ସବରେ କେଉଁ କେଉଁ ନାମୀଦାମୀ ଅତିଥି ଯୋଗଦେବେ, ତାହା ଜାଣିବାକୁ ପ୍ରଶଂସକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।