ବିଜେପି ବିଧାୟକଙ୍କ ପୁତୁରାଙ୍କ ଗାଡି ଧକ୍କାରେ ଯାତ୍ରୀ ମୃତ

ରାପିଡୋ ବାଇକକୁ ପଛପଟୁ ପିଟିଲା ରେଞ୍ଜ ରୋଭର । ଦୁର୍ଘଟଣାରେ ଚାଲିଗଲା  ଜଣେ ଯାତ୍ରୀଙ୍କ ଜୀବନ । ଗୁଜରାଟର ଅହମ୍ମଦାବାଦସ୍ଥିତ ଶିଲାଜ ସର୍କଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଞ୍ଜ ରୋଭର ଚଳାଉଥିବା ବ୍ୟକ୍ତି ହେଉଛନ୍ତି ବିଜେପି ବିଧାୟକ ଦିନେଶସିଂହ କୁଶୱାହାଙ୍କ ପୁତୁରା ରାଘବେନ୍ଦ୍ର କୁଶୱାହା। ତାଙ୍କୁ ପୋଲିସ କିଛି ସମୟ ପାଇଁ ହେପାଜତକୁ ନେଇ ଛାଡ଼ି  ଦେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ଶିଲାଜ ଅଞ୍ଚଳର ଗୁରୁକୃପା କ୍ରସ୍‌ରୋଡ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ହର୍ଷଦ କୁମାର ନରସିଂହଭାଇ ପୁରବିଆ ନାମକ ଜଣେ ବ୍ୟକ୍ତି ରାପିଡୋ ବାଇକ୍‌ରେ ଯାତ୍ରା କରୁଥିଲେ। ପ୍ରଦୀପ କୁମାର ଦାଦୱାଲ ନାମକ ୫୦ ବର୍ଷୀୟ ବ୍ୟକ୍ତି ବାଇକ୍ ଚଳାଉଥିଲେ। ବାଇକ୍‌ଟି ରାସ୍ତା ଅତିକ୍ରମ କରୁଥିବା ବେଳେ ଶିଲାଜ ପଟୁ ଦ୍ରୁତଗତିରେ ଆସୁଥିବା ରେଞ୍ଜ ରୋଭରକୁ ଧକ୍କା ଦେଇଥିଲା। ଫଳରେ ଉଭୟ ରାସ୍ତାକୁ ଛିଟିକି ପଡ଼ିଥିଲେ। ଦ୍ରୁତଗତିରେ ଆସୁଥିବା ଏକ ରେଞ୍ଜ ରୋଭର ଧକ୍କାରେ ରାପିଡୋ ବାଇକ୍‌ରେ ଯାଉଥିବା ଜଣେ ୩୫ ବର୍ଷୀୟ  ବ୍ୟକ୍ତିଙ୍କମୃତ୍ୟୁ ହୋଇଛି।