୮୯ ରନ୍‌ରେ ଅଲଆଉଟ୍ ଭାରତ, ୨୪୪ ରନ୍‌ରେ ହାରିଲା ମ୍ୟାଚ୍ !

ଭାରତୀୟ କ୍ରିକେଟ୍ ଟିମ୍‌କୁ ବଡ଼ ଝଟକା। ନ୍ୟୁଜିଲାଣ୍ଡ ବିପକ୍ଷରେ ଶୋଚନୀୟ ପରାଜୟର ସାମ୍ନା କରିଛି ଟିମ୍ ଇଣ୍ଡିଆ। ମାତ୍ର ୮୯ ରନ୍‌ରେ ଅଲଆଉଟ୍ ହୋଇଛି ଭାରତ। ଫଳରେ ୨୪୪ ରନ୍‌ର ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟରଙ୍କ ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଥିଲା। ନ୍ୟୁଜିଲାଣ୍ଡ ବୋଲରଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଭାରତୀୟ ବ୍ୟାଟର।

India suffer historic 244-run defeat against New Zealand as Matt Henry  takes six wickets - RokoCricket

ଜଣଙ୍କ ପରେ ଜଣେ ପାଭିଲିୟନ୍ ଫେରିଥିଲେ। ଦଳର କୌଣସି ବ୍ୟାଟର ବଡ଼ ଇନିଂସ ଖେଳିବାରେ ସଫଳ ହୋଇନଥିଲେ। ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳ ବ୍ୟାଟିଂ ଓ ବୋଲିଂ ଉଭୟ କ୍ଷେତ୍ରରେ ଦମଦାର ପ୍ରଦର୍ଶନ କରିଥିଲା। ଏହି ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଦୁର୍ବଳତାକୁ ନେଇ ଉଠିଛି ଅନେକ ପ୍ରଶ୍ନ।