ଟ୍ରକ୍ ଧକ୍କାରେ ଓଲଟିଲା ପୋଲିସ ଗାଡ଼ି। ଦୁର୍ଘଟଣାରେ ଗୁରୁତର ରାଉରକେଲା GRP ଏସ୍ଆରପି ଓ ତାଙ୍କ ଡ୍ରାଇଭର। ଏସଆରପି କୃଷ୍ଣ ପ୍ରସାଦ ଦାସ ଏବଂ ତାଙ୍କ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ। ଭଦ୍ରକରେ କାଳୀପୂଜା ଡ୍ୟୁଟି ସାରି ଫେରୁଥିବା ବେଳେ ପାଲଲହଡ଼ାର ଖମାର ନିକଟରେ ଘଟିଛି ଏହି ଦୁର୍ଘଟଣା। ଏକ ଟ୍ରକ୍ ପୋଲିସ ଗାଡ଼ିକୁ ଜୋରଦାର ଧକ୍କା ଦେବାରୁ ଗାଡ଼ିଟି ରାସ୍ତାରେ ଓଲଟି ପଡ଼ିଥିଲା।
ଟ୍ରକ୍ ଧକ୍କାରେ ଗୁରୁତର ହୋଇଛନ୍ତି ରାଉରକେଲା GRP ଏସ୍ଆରପି କୃଷ୍ଣପ୍ରସାଦ ଦାସ। ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏସ୍ପିଙ୍କ ସହ ଥିବା ଡ୍ରାଇଭର ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ସେ ରାଉରକେଲା GRP ଏସ୍ପି ସହ କଟକ GRPର ମଧ୍ୟ ଅତିରିକ୍ତ ଦାୟିତ୍ୱରେ ଥିଲେ।