ଭାରତ-ପାକିସ୍ତାନ ମ୍ୟାଚ୍‌ରେ ଅର୍ଜୁନଙ୍କ ଶତକ, ୨୦୮ ରନ୍‌ରେ ଅଲ୍‌ଆଉଟ୍ ହେଲା ଟିମ୍ ଇଣ୍ଡିଆ

ଅଣ୍ଡର-୧୯ ଏସିଆ କପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଜୋରଦାର ମୁକାବିଲା ଚାଲିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୨୦୮ ରନ୍ କରିଛି। ଭାରତ ପକ୍ଷରୁ ଅର୍ଜୁନ ରାଜପୁତ ଏକ ଚମତ୍କାର ଶତକ ହାସଲ କରିଛନ୍ତି। ଏବେ ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନକୁ ୨୦୯ ରନ୍ କରିବାକୁ ପଡ଼ିବ।

India Vs Pakistan Live Score, U19 Asia Cup: PAK Suffer Batting Collapse,  Score 116/5, Chasing 209 - News18

ମ୍ୟାଚ୍‌ରେ ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା। କିନ୍ତୁ ଆରମ୍ଭରୁ ଭାରତୀୟ ଦଳକୁ ଝଟକା ଲାଗିଥିଲା। ଅଧିନାୟକ ଲକ୍ଷ୍ୟ ରାଇଚନ୍ଦାନୀ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଥିଲେ। ଏହାପରେ ଭିକେ ଭିନୀତ ମାତ୍ର ୮ ରନ୍ ଏବଂ ଯଶବର୍ଦ୍ଧନ ଚୌହାନ ୧ ରନ୍ କରି ଆଉଟ୍ ହୋଇଥିଲେ। ଫଳରେ ଭାରତୀୟ ଦଳ ଚାପରେ ପଡ଼ିଯାଇଥିଲା। ଏଭଳି ସମୟରେ ଅର୍ଜୁନ ରାଜପୁତ ଭାରତୀୟ ଦଳର ଦାୟିତ୍ୱ ସମ୍ଭାଳିଥିଲେ। ସେ ଆକ୍ରମଣାତ୍ମକ ବ୍ୟାଟିଂ କରି ପାକିସ୍ତାନୀ ବୋଲରଙ୍କୁ ଅସୁବିଧାରେ ପକାଇଥିଲେ। ମାତ୍ର ୮୫ଟି ବଲ୍‌ରେ ୧୦୭ ରନ୍ କରି ସେ ନିଜର ଶତକ ପୂରଣ କରିଥିଲେ। ତାଙ୍କ ଇନିଂସରେ ୧୧ଟି ଚୌକା ଓ ୫ଟି ଛକା ରହିଥିଲା।

Pakistan look to stay 'brave and calm' in another India clash - Sport -  DAWN.COM

ଅନ୍ୟପଟେ ଆର୍ଯ୍ୟବୀର ସେହୱାଗ ୨୨ ରନ୍, ଅନ୍ୱୟ ଦ୍ରାବିଡ ୧୦ ରନ୍ ଏବଂ ମନାଲ ଚୌହାନ ୧୧ ରନ୍ କରିଥିଲେ। ଶେଷ ଆଡ଼କୁ କାବ୍ୟା ପଟେଲ ୨୩ ରନ୍ କରି ଦଳର ସ୍କୋରକୁ ୨୦୦ ପାର୍ କରାଇଥିଲେ। ପାକିସ୍ତାନ ପକ୍ଷରୁ ଅଲୀ ରଜା, ରିଜୱାନୁଲ୍ଲା ଓ ନିକାବ ଶଫିକ୍ ୩ଟି ଲେଖାଏଁ ୱିକେଟ୍ ନେଇଥିଲେ। ଫଳରେ ଭାରତୀୟ ଦଳ ୪୬.୩ ଓଭରରେ ୨୦୮ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା।ଏବେ ଭାରତକୁ ମ୍ୟାଚ୍ ଜିତିବା ପାଇଁ ପାକିସ୍ତାନର ସମସ୍ତ ୱିକେଟ୍ ନେବାକୁ ପଡ଼ିବ। ଅନ୍ୟପଟେ ପାକିସ୍ତାନ ୨୦୯ ରନ୍ କରିପାରିଲେ ମ୍ୟାଚ୍ ଜିତିବ। ତେଣୁ ଏହି ରୋମାଞ୍ଚକର ମୁକାବିଲାରେ କେଉଁ ଦଳ ବାଜି ମାରିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।