ସାନାରେ ଏୟାର ଷ୍ଟ୍ରାଇକ୍ କଲା ସାଉଦି ଆରବ; ୧୩ ଶିଶୁଙ୍କ ସମେତ ୩୩ ମୃତ

ୟେମେନରେ ପୁଣି ଭୟଙ୍କର ଯୁଦ୍ଧ ଆରମ୍ଭ ହୋଇଛି । ସାନାରେ ଏୟାର ଷ୍ଟ୍ରାଇକ୍‌ କଲା ସାଉଦି ଆରବ ।୧୩ ଶିଶୁଙ୍କ ସମେତ ୩୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୯ରୁ ଅଧିକ ଆହତ ହୋଇଛନ୍ତି ।

ହୁତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ମୁଖପାତ୍ର ଅନିସ୍ ଅଲ୍-ଆସବାହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି ଯେ, ସାଉଦି ନେତୃତ୍ୱାଧୀନ ମିଳିତ ମେଣ୍ଟୟେମେନ ର ରାଜଧାନୀ ସାନାର ପୂର୍ବରେ ଥିବା ଅଲ୍-ସାରିଆ ଗ୍ରାମକୁ ଟାର୍ଗେଟ କରିଛନ୍ତି।

ଆକ୍ରମଣ ପରେ ଧ୍ୃଂସାବିଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ବିମାନଗୁଡ଼ିକ ଉଦ୍ଧାର କର୍ମୀଙ୍କୁ ଟାର୍ଗେଟ କରି ଦୁଇଥର ଆକ୍ରମଣ କରିଥିଲେ। ଅଲ୍-ଆସବାହି କହିଛନ୍ତି, ମୃତକଙ୍କ ମଧ୍ୟରେ ୧୨ ପୁରୁଷ, ଆଠ ମହିଳା ଏବଂ ୧୩ ଶିଶୁ ଅଛନ୍ତି। ଆହତଙ୍କ ମଧ୍ୟରେ ୧୬ ପୁରୁଷ, ୧୦ ମହିଳା ଏବଂ ୧୩ ଶିଶୁ ଅଛନ୍ତି।

ଇରାନ ସମର୍ଥିତ ହୁତି ଗୋଷ୍ଠୀର ଅଲ-ମାସିରା ଟିଭି ମଧ୍ୟ ଆକ୍ରମଣର ଏକ ଭିଡିଓ ପ୍ରସାରଣ କରିଛି। ଭିଡିଓଟି ଅଲ-ସାରିଆ ଗାଁରେ ସୁଟିଂ କରାଯାଇଥିଲା। ଏଥିରେ ଆକ୍ରମଣ ସ୍ଥାନରୁ ଧୂଆଁ ଉଠୁଥିବା, ନିକଟରେ ଥିବା ଭଗ୍ନାବଶେଷ ଗଦା ଏବଂ ଆହତ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଦେଖାଯାଇଛି। ସାଉଦି ଆରବ ଆକ୍ରମଣର ଦାବି ନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ।