ଭୁଶୁଡିଲା ଘର : ଜାପାନରେ ଶକ୍ତିଶାଳୀ ଭୂମିକମ୍ପ

ଜାପାନରେ ଶକ୍ତିଶାଳୀ ଭୂମିକମ୍ପ । ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ, ୫.୭ ରେକର୍ଡ କରାଯାଇଛି । ଜାପାନ୍ ପାଣିପାଗ ସଂସ୍ଥା ଅନୁଯାୟୀ, ସ୍ଥାନୀୟ ସମୟ ୧:୪ ମିନିଟରେ ଭୂମିକମ୍ପ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ପଶ୍ଚିମ ଶିଜୁଓକା ପ୍ରଦେଶରେ ପ୍ରାୟ ୪୦ କିଲୋମିଟର ଗଭୀରତାରେ ଅବସ୍ଥିତ ଥିଲା।
ଏହି ଶକ୍ତିଶାଳୀ ଭୂମିକମ୍ପରେ କିଛି ଘର ଭାଙ୍ଗିଯିବା ସହ ଅନେକ ଲୋକ ଆହତ ହୋଇଥିବା ସୂଚନା ରହିଛି ।
ଉଦ୍ଧାରକାରୀ ଦଳପ୍ରଭାବିତ ଅଞ୍ଚଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏଥିସହ
ଏକ ଜରୁରୀକାଳୀନ ଯୋଗାଯୋଗ କାର୍ୟ୍ୟାଳୟ ପ୍ରତିଷ୍ଠା କରିଛି। ଜାପାନ ପାଣିପାଗ ସଂସ୍ଥା ସ୍ପଷ୍ଟ କରିଛି ଯେ ଏହି ଭୂମିକମ୍ପରୁ କୌଣସି ସୁନାମି ବିପଦ ନାହିଁ। ଏଥିସହ ପରିସ୍ଥିତି ଉପରେ ନଜର ରଖାଯାଇଛି ଏବଂ ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭତ୍ତି କରାଯାଇଛି ।