ରୋହିତ ଶର୍ମାଙ୍କୁ ଗୋଟିଏ ଏପିସୋଡ୍ ପାଇଁ ମିଳୁଛି ୧୦ କୋଟି; ସଲମାନ ଓ ଅମିତାଭଙ୍କ ଫିସ୍ କେତେ?

କ୍ରିକେଟ୍ ପଡ଼ିଆରେ ନିଜ ବ୍ୟାଟିଂରେ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟର ରୋହିତ ଶର୍ମା ଏବେ ଟେଲିଭିଜନ୍ ଦୁନିଆରେ ମଧ୍ୟ ଚର୍ଚ୍ଚାରେ। ତାଙ୍କ ନୂଆ ଶୋ’ ‘ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିଥିବା ବେଳେ ଏବେ ତାଙ୍କ ପାରିଶ୍ରମିକକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଗୋଟିଏ ଏପିସୋଡ୍ ହୋଷ୍ଟ କରିବା ପାଇଁ ରୋହିତଙ୍କୁ ୧୦ କୋଟି ଟଙ୍କା ମିଳୁଥିବା ନେଇ ବିଭିନ୍ନ ରିପୋର୍ଟରେ ଦାବି କରାଯାଉଛି। ତେବେ ଏହି ରାଶିକୁ ନେଇ ଚ୍ୟାନେଲ ପକ୍ଷରୁ କୌଣସି ଅଧିକାରିକ ସ୍ପଷ୍ଟୀକରଣ ଦିଆଯାଇନାହିଁ।

Prime Video: Family Full House With Rohit Sharma: Season 1

ସୋନି ଟିଭିରେ ପ୍ରସାରିତ ହେଉଥିବା ‘ଫ୍ୟାମିଲି ଫୁଲ୍ ହାଉସ୍ ୱିଥ୍ ରୋହିତ ଶର୍ମା’ ଜରିଆରେ ଟେଲିଭିଜନ୍ ହୋଷ୍ଟ ଭାବେ ନୂଆ ଇନିଂସ ଆରମ୍ଭ କରିଛନ୍ତି ରୋହିତ। ଏହି ଶୋ’ର ପ୍ରତି ଏପିସୋଡ୍ ପାଇଁ ତାଙ୍କୁ ୧୦ କୋଟି ଟଙ୍କା ମିଳୁଥିବା ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଯଦିଓ ଏହି ଦାବିକୁ ନେଇ ଆଲୋଚନା ଜୋର୍ ଧରିଛି, ତଥାପି ରୋହିତ କିମ୍ବା ସୋନି ଟିଭି ପକ୍ଷରୁ ଏହାର ପୁଷ୍ଟି କରାଯାଇନାହିଁ। ତେଣୁ ୧୦ କୋଟି ଟଙ୍କାର ଏହି ଆକଳନକୁ ଏବେ ନିଶ୍ଚିତ ତଥ୍ୟ ବୋଲି କୁହାଯାଇପାରିବ ନାହିଁ।

Family Full House with Rohit Sharma review: A fun game show that lets  Rohit's natural charm shine

ଟେଲିଭିଜନ୍ ଦୁନିଆରେ ସର୍ବାଧିକ ପାରିଶ୍ରମିକ ନେଉଥିବା ସେଲିବ୍ରିଟିଙ୍କ ତାଲିକାରେ ବଲିଉଡ୍ ସୁପରଷ୍ଟାର ସଲମାନ ଖାନଙ୍କ ନାଁ ରହିଛି। ରିପୋର୍ଟ ଅନୁସାରେ, ‘ବିଗ୍ ବସ୍ ୧୯’ର ୱିକେଣ୍ଡ୍ କା ୱାର୍ ଏପିସୋଡ୍ ପାଇଁ ସଲମାନଙ୍କ ପାରିଶ୍ରମିକ ପ୍ରାୟ ୧୫ କୋଟି ଟଙ୍କା ବୋଲି ଆକଳନ କରାଯାଇଛି।

BIGG BOSS 11: Salman Khan breaks rule for contestants of Colors TV's show -  India TV News

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନ ଲୋକପ୍ରିୟ ଶୋ’ ‘କୌନ୍ ବନେଗା କରୋଡ଼ପତି’ ପାଇଁ ପ୍ରତି ଏପିସୋଡ୍‌ରେ ପ୍ରାୟ ୫ କୋଟି ଟଙ୍କା ପାରିଶ୍ରମିକ ନେଉଥିବା ରିପୋର୍ଟରେ ଦାବି କରାଯାଇଛି। ସେହିପରି କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ‘ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ ଶୋ’ ପାଇଁ ପ୍ରାୟ ୫ କୋଟି ଟଙ୍କା ମିଳୁଥିବା ଆକଳନ କରାଯାଇଛି।

KBC 14: अमिताभ बच्चन ने किया खुलासा, कई बार दिया सिविल सर्विस एग्जाम,  बार-बार हुए फेल - kaun banega crorepati 14 amitabh bachchan reveals failed  many times in civil services exam tmovs - AajTak

ଏହି ତାଲିକାରେ ଅଭିନେତ୍ରୀ ସ୍ମୃତି ଇରାନୀଙ୍କ ନାଁ ମଧ୍ୟ ରହିଛି। ‘କ୍ୟୁଁକି ସାସ୍ ଭି କଭି ବହୂ ଥି’ ସିଜିନ୍ ୨ ପାଇଁ ତାଙ୍କୁ ପ୍ରତି ଏପିସୋଡ୍‌ରେ ପ୍ରାୟ ୧୪ ଲକ୍ଷ ଟଙ୍କା ମିଳୁଥିବା ଆକଳନ କରାଯାଇଛି। ସେହିପରି କୃଷ୍ଣା ଅଭିଷେକଙ୍କ ପାରିଶ୍ରମିକ ପ୍ରାୟ ୧୨ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ତେବେ ଏହି ସମସ୍ତ ପାରିଶ୍ରମିକର ଆକଳନ ବିଭିନ୍ନ ରିପୋର୍ଟ ଆଧାରିତ। ସେଲିବ୍ରିଟିମାନଙ୍କ ପ୍ରକୃତ ଚୁକ୍ତି ଓ ପାରିଶ୍ରମିକ ସମ୍ପର୍କରେ ଅଧିକାରିକ ତଥ୍ୟ ସାର୍ବଜନୀନ ହୋଇନାହିଁ।