ଦୀର୍ଘଦିନର ପ୍ରତିଦ୍ୱନ୍ଦ୍ୱୀ ଲିଓନେଲ୍ ମେସିଙ୍କୁ ପଛରେ ପକାଇଲେ ପର୍ତ୍ତୁଗାଲ୍ର ମହାନ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲଡୋ। ପ୍ରଶଂସକଙ୍କ ମାସେ ବ୍ୟାପୀ ଭୋଟିଂ ପରେ ୨୦୦୮ ମସିହାରେ ମାଞ୍ଚେଷ୍ଟର ୟୁନାଇଟେଡ୍ ପକ୍ଷରୁ ତାଙ୍କର ଦମ୍ଦାର ପ୍ରଦର୍ଶନ ପାଇଁ ରୋନାଲଡୋଙ୍କୁ ‘ବାଲନ୍ ଡି’ଅର ଅଫ୍ ଅଲ୍ ଟାଇମ୍’ ସମ୍ମାନର ବିଜେତା ଭାବେ ମନୋନୀତ କରାଯାଇଥିବା ଖବର ସାମ୍ନାକୁ ଆସିଛି।

ଏହି ଭୋଟିଂରେ ରୋନାଲଡୋଙ୍କ ୨୦୦୮ ସିଜିନ୍ ମେସିଙ୍କ ୨୦୧୨ର ଐତିହାସିକ ୯୧ ଗୋଲ୍ର ସଫଳତାକୁ ପଛରେ ପକାଇଛି। ଉଭୟ ଖେଳାଳି ଚୂଡ଼ାନ୍ତ ରାଙ୍କିଂର ଶୀର୍ଷ ସ୍ଥାନଗୁଡ଼ିକରେ ପ୍ରାଧାନ୍ୟ ବିସ୍ତାର କରିଥିବା ବେଳେ ବ୍ରାଜିଲର ରୋନାଲଡୋ ନାଜାରିଓ ୧୩ତମ ସ୍ଥାନରେ ରହିଛନ୍ତି।

୨୦୦୮ରେ ରୋନାଲଡୋଙ୍କ ପ୍ରଦର୍ଶନ ଫୁଟବଲ୍ ଇତିହାସର ଅନ୍ୟତମ ଶ୍ରେଷ୍ଠ ବ୍ୟକ୍ତିଗତ ସିଜିନ୍ ଭାବେ ପରିଗଣିତ। ଏହି ସଫଳତା ରୋନାଲଡୋ ଓ ମେସିଙ୍କ ମଧ୍ୟରେ ଦୀର୍ଘଦିନର ଶ୍ରେଷ୍ଠତ୍ୱ ଲଢ଼େଇକୁ ପୁଣି ଥରେ ଚର୍ଚ୍ଚାକୁ ଆଣିଛି।
