ସାଉଦି ଏୟାରପୋର୍ଟରେ ଭୟଙ୍କର ହମଲା: ଭାରତୀୟଙ୍କ ସମେତ ୨ ମୃତ, ୮ ଆହତ

ସାଉଦି ଏୟାରପୋର୍ଟରେ ଭୟଙ୍କର ହମଲା। ଭାରତୀୟଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ୮ଜଣ ଆହତ ହୋଇଛନ୍ତି।  ସେହିପରି ମିସାଇଲ ଆଟାକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହୁତି ଆକ୍ରମଣରେ ପ୍ରାଣ ହରାଇଥିବା ୨ ଜଣଙ୍କ ମଧ୍ୟରେ ଜଣେ ଭାରତୀୟ ଓ ଆଉ ଜଣେ ସାଉଦି ନାଗରିକ ରହିଥିବା ସ୍ପଷ୍ଟ କରିଛନ୍ତି ଦେଶର ସାଧାରଣ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ।

ଆକ୍ରମଣ ସମ୍ପର୍କରେ ସାଉଦି ବିସ୍ତୃତ ତଥ୍ୟ ଦେଇ ନଥିଲେ ହେଁ ଘଟଣାକୁ ନେଇ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ବିଭିନ୍ନ ସ୍ଥାନରେ ସାଉଦି ସରକାର ହାଇଆଲର୍ଟ ମଧ୍ୟ ଜାରି କରିଥିବା ଜଣାପଡ଼ିଛି।

ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ଦୂତାବସ ପକ୍ଷରୁ ମଧ୍ୟ ଘଟଣାକୁ ନିଶ୍ଚିତ କରାଯାଇଛି। ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଗତକାଲି ରାତିରେ ଡାମ୍ମାମ ଏୟାରପୋର୍ଟରେ ହୋଇଥିବା ଆକ୍ରମଣରେ ଦୁର୍ଭାଗ୍ୟବଶତଃ ଜଣେ ଭାରତୀୟ ସମେତ ୨ ଜଣ ପ୍ରାଣ ହରାଇଥିବା ସାଉଦି ପକ୍ଷରୁ କୁହାଯାଇଛି।