କୋଟିଆ ପ୍ରସଙ୍ଗ ନେଇ ବିଜେଡି ଉପରେ ବର୍ଷୀଲା ବିଜେପି

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ ସମୟ ରେ ଏକାଧିକ ବାର କୋଟିଆ ଗସ୍ତ କରି ସେ ଅଞ୍ଚଳ ରେ କେମିତି ବିକାଶ ହେବ କାମ ହାତକୁ ନେଇଥିଲେ ସେଠି ନେଟୱାର୍କ ସମସ୍ୟା ଦୂର ପାଇଁ ଟାୱାର ସ୍ଥାପନ କରିଥିଲେ। ବିଜେଡି ର ନେତା ମାନେ ନ୍ୟାରେଟିଭ ତିଆରି ପାଇଁ ଚେଷ୍ଟା କରୁଛନ୍ତି କୁଆଡଡେ ଚନ୍ଦ୍ର ବାବୁ ନାଇଡ଼ୁ ଙ୍କ ଦୟାରେ ବିଜେପି ସରକାର ରେ ଅଛି। ବିଜେଡିର ଲୋକ ସଭା ରେ କେହି ନଥିବାରୁ ଗଣିତ ଭୁଲି ଯାଇଛନ୍ତି। ଓଡ଼ିଶାରେ କୋଟିଆ କୁ ନେଇ ଏବଂ କୋଟିଆ ରେ ଆନ୍ଦ୍ର ର ନିର୍ବାଚନ କୁ ନେଇ ଚର୍ଚ୍ଚା।  ବିଜେପି ଓଡ଼ିଶାର ଇଞ୍ଚିଏ ଜମି କୁ ଅନ୍ୟ କେହି ଅଧିକାର କରିବାକୁ ଦେବ ନାହିଁ । ଏହା ଆମ ସଂକଳ୍ପ । କୋଟିଆ ପ୍ରସଙ୍ଗ ଆମେ ବିରୋଧୀ ଦଳ ରେ ଥିବା ବେଳେ ଆସିଛି । କୋଟିଆ ର ବିକାଶ ପାଇଁ ବିଜେପି ପ୍ରୟାସ କରିଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ ସମୟ ରେ ଏକାଧିକ ବାର କୋଟିଆ ଗସ୍ତ କରି ସେ ଅଞ୍ଚଳ ରେ କେମିତି ବିକାଶ ହେବ କାମ ହାତକୁ ନେଇଥିଲେ ସେଠି ନେଟୱାର୍କ ସମସ୍ୟା ଦୂର ପାଇଁ ଟାୱାର ସ୍ଥାପନ କରିଥିଲେ । ବିଜେପି ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ ଙ୍କ ନେତୃତ୍ୱ ରେ ସେ ଅଞ୍ଚଳ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି କୋଟିଆ ବାରମ୍ବାର ଗସ୍ତ କରିଛନ୍ତି। ମନ୍ତ୍ରୀ ମଣ୍ଡଳ ଅନେକ ମନ୍ତ୍ରୀ ଗସ୍ତ କରି ସେଠିକାର ସାଂସ୍କୃତିକ କାର୍ଯ୍ୟ ରେ ଯୋଗ ଦେବା ସହ ସେଠି କେମିତି ସରକାରୀ ଯୋଜନା ପଂହଁଚିପାରିବ, ସୁଭଦ୍ରା ଯୋଜନା ଠାରୁ ଆରମ୍ବ କରି ରାସନ ପର୍ଯ୍ୟନ୍ତ ସବୁ ଯୋଜନ କୁ ଗୁରୁତ୍ୱ ଦେଇଛନ୍ତି । ସରକାର ବିଭିନ୍ନ ସମୟ ରେ ଯେତବେଳେ ଯାଇଛନ୍ତି ସେଠିକାର ବିରୋଧୀ ଦଳ କୁ ବି ସାଙ୍ଗରେ ନେଇଛନ୍ତି । ନବୀନ ବାବୁ ବାରମ୍ବାର ଏ ସମର୍କ ରେ ଟୁଇଟ ଓ ଚିଠି ଲେଖି ଏବଂ ଟିମ ପଠାଇ ପ୍ରଶ୍ନ କରୁଛନ୍ତି।  ଆପଣ ତ 24 ବର୍ଷ ଶାସନ ରେ ଥିଲେ ଆପଣଙ୍କ କିଏ କିଏ କୋଟିଆ ଯାଇଥିଲେ ତାର ତାଲିକା ଦିଅନ୍ତୁ।  2022 ରେ ଘୋଷଣା କରିଥିଲେ ବାଚସ୍ପତି ଙ୍କ ନେତୃତ୍ୱ ରେ ଗୃହ କମିଟି କୋଟିଆ ଯିବ କିନ୍ତୁ ଗଲା ନାହିଁ । 2021 ଫେବୃଆରୀ 13 ତାରିଖ ରେ ଆନ୍ଦ୍ର ନିର୍ବାଚନ କରିକି ଗଲା ଆପଣ ତାକୁ ଅଟକାଇ ପାରିଲେ ନାହିଁ | ପ୍ରଶ୍ନ ଉଠାଇବା ପୂର୍ବରୁ ଚିନ୍ତା କରନ୍ତୁ ନବୀନ ବାବୁ।  ଏବେ ଏ ଖବର ଆସିଲା ପରେ ପୁରା ପ୍ରଶାସନ vc ରେ ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ ହୋଇଛି । ସେ ରଣନୀତି ସମ୍ପୂର୍ଣ ବିରୋଧୀ ଦଳକୁ ସାଙ୍ଗରେ ନେଇ କୋଟିଆ ସମସ୍ୟା ସମାଧାନ କରିବାର।  ତତ୍କାଳୀନ ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ନବୀନ ନିବାସ ଆସିଥିଲେ କଣ ଚର୍ଚ୍ଚା ହେଲା କହିଲେନି କିନ୍ତୁ ଯେତବେଳେ ସେ ଆପଣଙ୍କ ଘରେ ବସିଥିଲେ ସେତବେଳେ ଆନ୍ଦ୍ର କୋଟିଆ ରେ ଜଗମୋହନ ରେଡି ଙ୍କ ପୋଷ୍ଟର ମାରୁଥିଲା । ବିଜେଡି ର ନେତା ମାନେ ନ୍ୟାରେଟିଭ ତିଆରି ପାଇଁ ଚେଷ୍ଟା କରୁଛନ୍ତି କୁଆଡଡେ ଚନ୍ଦ୍ର ବାବୁ ନାଇଡ଼ୁ ଙ୍କ ଦୟାରେ ବିଜେପି ସରକାର ରେ ଅଛି | ବିଜେଡିର ଲୋକ ସଭା ରେ କେହି ନଥିବାରୁ ଗଣିତ ଭୁଲି ଯାଇଛନ୍ତି।  ଚନ୍ଦ୍ର ବାବୁ ଙ୍କ 16 ସଦସ୍ୟ, ବିଜେପି ର 319 ସଦସ୍ୟ । ଏ ଗଣିତ ଜାଣୁ ବିଜେଡି। ଯେତବେଳେ କୋଟିଆ ପାଇଁ ବିଜେଡି ଟିମ ପଠାଉଛି, ଚିଠି ଲେଖୁଛି ଏବଂ ଟୁଇଟ କରୁଛି ଯେତବେଳେ ସରକାର ରେ ଥିଲ କଣ କରିଛ ତାର ଉତ୍ତର ଦିଅନ୍ତୁ।