କଳା ଥାର ଖୋଲୁଛି ରହସ୍ୟ

ଓଡ଼ିଶାରେ ଓରାଙ୍ଗଉଟାନ ପଛରେ ବଡ ରାକେଟ ।

କଳା ଥାର୍ ଖୋଲୁଛି ଚୋରା ଚାଲାଣର ରହସ୍ୟ

ଏସଟିଏଫ ଜାଲରେ 3 ସନ୍ଦିଗ୍ଧ

ତେବେ ଆମେ ଜାଣିଛେ ସାରା ଦେଶରେ ଏବେ ଗୋଟିଏ ଖବର ଚହଳ ପକାଇଛି ।ଓଡିଶାରୁ ଉଦ୍ଧାର ହୋଇଥିବା ୫ଓରାଙ୍ଗଉ ଟାନ । ତେବେ ଭାରତ ରେ ଦେଖା ନଯାଉଥିବା ଏହି ଏହି ବିରଳ ପ୍ରାଣୀ ହଠାତ ଓଡିଶା ର ଜଙ୍ଗଲ କୁ ଆସିଲେ କେମିତି ?ଏହି ପ୍ରଶ୍ନବାଚୀ ଏବେ ସମସ୍ତ ଙ୍କ ମନରେ ସୃଷ୍ଟି ହୋଇଛି ।ତେବେ ଏସଟିଫ ଟିମ ତଦନ୍ତ ଆରମ୍ଭ କରିଛି ଏବଂ ଅନ୍ୟପଟେ ତଦନ୍ତ ଯେତିକି ଆଗକୁ ବଢୁଛି ସେତିକି ସେତିକି ନୂଆ ତଥ୍ୟ ସାମ୍ନା କୁ ଆସୁଛି ।ତେବେ ଏହି ଘଟଣାରେ ବଡ ଧରଣ  ର ଅବୈଧ ବନ୍ୟପ୍ରାଣୀ ନେଟୱର୍କ ରହିଥିବା ସନ୍ଦେହ କରାଯାଉଛି ।ତେବେ

ଓରାଙ୍ଗଉଟାନ ଉଦ୍ଧାର ଘଟଣା ରେ କଳା ଥାର ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି ।ତେବେ ସିସିଟିଭି ଫୁଟେଜ ରେ ଗାଡିର ଠିକଣା ମିଳିଥିଲା ।ସମ୍ପୃକ୍ତ ଥାର୍‌ ମାଲିକଙ୍କ ଘର ହାୱଡାରେ ହୋଇଥିବାବେଳେ ପଶ୍ଚିମବଙ୍ଗ ନ୍ୟୁ ଦୀଘାରେ ତାଙ୍କର ଏକ ହୋଟେଲ ରହିଛି । ଉକ୍ତ ହୋଟେଲରେ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ାଉ କରି ୩ଜଣଙ୍କୁ ଉଠାଇ ଆଣି ପଚରାଉଚରା କରୁଛି । ତେବେ ସେମାନେ କାହା ଜରିଆ ରେ ଏହି ଶାବକ ଙ୍କୁ ଚାଲାଣ କରୁଥିଲେ ଏବଂ କଣ ପାଇଁ ବାଲେଶ୍ୱର ଜଙ୍ଗଲ ରେ ଛାଡି ପଳାଇଲେ , ସେନେଇ ତଥ୍ୟ ସଂଗ୍ରହ କରାଯାଉଛି ।

CCTV ଫୁଟେଜ୍ ଅନୁସାରେ, ସୋମବାର ରାତି ପ୍ରାୟ ୧୦ଟା ୫୬ରେ ଏକ କଳା ଥାର୍ ପଛରେ ଏକ ଧଳା କାର୍ ଯାଉଥିବା ଦେଖାଯାଇଛି । ପରବର୍ତ୍ତୀ CCTV ଫୁଟେଜରେ ରାତି ପ୍ରାୟ ୧୧ଟା ୩୫ରେ କଳା ଥାର୍ ଗାଡ଼ିଟି ଭୋଗରାଇର ଓରାଙ୍ଗଉଟାନ ଉଦ୍ଧାରସ୍ଥଳ ନିକଟକୁ ଯାଇଥିବା ଦେଖାଯାଇଛି । ଅଟକ ୩ ଜଣଙ୍କ ମଧ୍ୟରୁ ଜଣେ ଏହି କଳା ଥାର ଗାଡିର ଡ୍ରାଇଭର ବୋଲି ବିଶେଷ ସୂତ୍ର ରୁ ସୂଚନା ମିଳିଛି । ତେବେ ଏ ସମସ୍ତ ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ? ସେ ନେଇ ମଧ୍ୟ ଏବେବି ସସପେନ୍ସ ଜାରି ରହିଛି । ସେପଟେ ଓରାଙ୍ଗଉଟାନଙ୍କୁ କିଏ ଆଣିଥିଲା, କେମିତି ଆଣିଥିଲା ଏବଂ ଏହାପଛର ଉଦ୍ଦେଶ୍ୟ କଣ ସେ ସବୁର ଖୁବଶୀଘ୍ର ଫର୍ଦ୍ଧାଫାସ ହେବ ବୋଲି କହିଛନ୍ତି ଡିଜିପି ।