ମେସି Vs ଏମ୍ବାପ୍ପେ, ମେସିଙ୍କ ରେକର୍ଡ ଭାଙ୍ଗିବେ କି ଏମବାପ୍ପେ ?

ଫିଫା ବିଶ୍ୱକପ ୨୦୨୬ରେ ଏବେ ସବୁଠୁ ଚର୍ଚ୍ଚିତ ଲଢ଼େଇ ହେଉଛି ଲିଓନେଲ୍ ମେସି ଓ କିଲିଆନ୍ ଏମ୍ବାପ୍ପେଙ୍କ ମଧ୍ୟରେ। ଗୋଲ୍ଡେନ୍ ବୁଟ୍ ହେଉ କି ବିଶ୍ୱକପରେ ସର୍ବାଧିକ ଗୋଲ ରେକର୍ଡ, ଦୁଇ ସୁପରଷ୍ଟାରଙ୍କ ମଧ୍ୟରେ ଜାରି ରହିଛି କଡ଼ା ପ୍ରତିଦ୍ୱନ୍ଦ୍ୱିତା।

Mbappe happy to let Messi play in his position and become PSG's leading man  | Goal.com

ଫ୍ରାନ୍ସ ନିଜର ଶେଷ ମ୍ୟାଚ୍‌ରେ ଇରାକକୁ ୩-୦ ଗୋଲରେ ପରାସ୍ତ କରିଥିବା ବେଳେ ଦଳର ଅଧିନାୟକ କିଲିଆନ୍ ଏମ୍ବାପ୍ପେ ଦୁଇଟି ଗୋଲ କରି ଆଲୋଚନାର କେନ୍ଦ୍ରବିନ୍ଦୁକୁ ଆସିଛନ୍ତି। ନିଜର ୧୦୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଏହି ଚମତ୍କାର ପ୍ରଦର୍ଶନ ସହ ସେ ବିଶ୍ୱକପରେ ନିଜ ଗୋଲ ସଂଖ୍ୟାକୁ ୧୬ରେ ପହଞ୍ଚାଇଛନ୍ତି। ଏହା ସହ ସେ ଜର୍ମାନୀର କିମ୍ବଦନ୍ତୀ ମିରୋସ୍ଲାଭ୍ କ୍ଲୋସେଙ୍କ ୧୬ ଗୋଲ ରେକର୍ଡର ସମକକ୍ଷ ହୋଇଛନ୍ତି।

2026 FIFA World Cup Stars: Third Trophy Try for Attacking Genius Kylian  Mbappé | France, Real Madrid, Paris Saint-Germain FC, Transfers, & Facts |  Britannica

ଅନ୍ୟପଟେ ଆର୍ଜେଣ୍ଟିନାର ମହାନ ଖେଳାଳି ଲିଓନେଲ୍ ମେସି ଅଷ୍ଟ୍ରିଆ ବିପକ୍ଷ ମ୍ୟାଚ୍‌ରେ ଦୁଇଟି ଗୋଲ କରି ବିଶ୍ୱକପରେ ସର୍ବାଧିକ ଗୋଲଦାତା ଭାବେ ନିଜ ସ୍ଥାନକୁ ଆହୁରି ମଜବୁତ କରିଛନ୍ତି। ମେସିଙ୍କ ନାମରେ ବର୍ତ୍ତମାନ ୧୮ଟି ବିଶ୍ୱକପ ଗୋଲ ରହିଛି। ଅର୍ଥାତ୍ ଏମ୍ବାପ୍ପେ ତାଙ୍କଠାରୁ ମାତ୍ର ଦୁଇଟି ଗୋଲ ପଛରେ ଅଛନ୍ତି।

Messi eyes 2026 World Cup despite age and fitness concerns | Reuters

ଏମ୍ବାପ୍ପେଙ୍କ ବର୍ତ୍ତମାନର ଫର୍ମକୁ ଦେଖିଲେ ଏହି ଦୁଇ ଗୋଲର ବ୍ୟବଧାନ ଯେକୌଣସି ସମୟରେ ଦୂର ହୋଇପାରେ। ତେଣୁ ବିଶ୍ୱକପରେ ସର୍ବାଧିକ ଗୋଲ ରେକର୍ଡ ପାଇଁ ଲଢ଼େଇ ଏବେ କେବଳ ମେସି ଓ ଏମ୍ବାପ୍ପେଙ୍କ ମଧ୍ୟରେ ସୀମିତ ହୋଇଯାଇଛି।

Kylian Mbappe looks right at home despite France's young guns going down  defeat against Spain | The Independent | The Independent

ଏହା ସହ ଗୋଲ୍ଡେନ୍ ବୁଟ୍ ଦୌଡ଼ ମଧ୍ୟ ରୋମାଞ୍ଚକର ସ୍ଥିତିକୁ ପହଞ୍ଚିଛି। ମେସି ୫ଟି ଗୋଲ ସହ ଶୀର୍ଷରେ ଥିବା ବେଳେ ଏମ୍ବାପ୍ପେ ୪ଟି ଗୋଲ ସହ ତାଙ୍କ ପଛରେ ରହିଛନ୍ତି। ଆଗାମୀ ମ୍ୟାଚ୍‌ଗୁଡ଼ିକରେ କିଏ ଅଧିକ ଗୋଲ କରିବେ, ତାହା ଗୋଲ୍ଡେନ୍ ବୁଟ୍ ବିଜେତାଙ୍କୁ ନିର୍ଦ୍ଧାରଣ କରିବ।

World Cup: Lionel Messi, Emiliano Martinez's Heartwarming Gestures For Kylian  Mbappe [Watch] | IBTimes

ବିଶେଷ କଥା ହେଉଛି, ୩୮ ବର୍ଷୀୟ ମେସିଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ ବୋଲି ଚର୍ଚ୍ଚା ହେଉଥିବା ବେଳେ ୨୭ ବର୍ଷୀୟ ଏମ୍ବାପ୍ପେଙ୍କ ପାଖରେ ଆଗାମୀ ଦିନରେ ଆହୁରି ବିଶ୍ୱକପ୍ ଖେଳିବାର ସୁଯୋଗ ରହିଛି। ତେଣୁ ବର୍ତ୍ତମାନର ଟୁର୍ଣ୍ଣାମେଣ୍ଟ ସହ ଭବିଷ୍ୟତରେ ମଧ୍ୟ ଏହି ରେକର୍ଡ ଦୌଡ଼ ଚର୍ଚ୍ଚାର ବିଷୟ ହୋଇ ରହିବ।