ରାଜ୍ୟର ସବୁଠୁ ବଡ ସ୍କାମରେ ସିବିଆଇର ବଡ ଆକ୍ସନ

ପୋଲିସ ଏସଆଇ ପରୀକ୍ଷା ସ୍କାମରେ ସାମ୍ନାକୁ ଆସିଲା ବିହାର ଲିଙ୍କ । ରାଜ୍ୟର ସବୁଠୁ ବଡ ସ୍କାମରେ ସିବିଆଇର ବଡ ଆକ୍ସନ । ମାମଲାରେ ଫେରାର ୮ ଅଭିଯୁକ୍ତଙ୍କ ବିରୋଧରେ ଏନବିଡବ୍ଲୁ ଜାରି କଲା କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି । ୮ ଅଭିଯୁକ୍ତଙ୍କ ନାମ ହେଲା ଅନ୍ୱେଷ ନାୟକ, ଆଶିଷ କୁମାର, ବଳରାମ ପ୍ରଧାନ, ଧର୍ମେନ୍ଦ୍ର ପ୍ରଧାନ, ଗୋବିନ୍ଦ ତ୍ରିପାଠୀ, ଗୋପାଳକୃଷ୍ଣ ଦାସ, ଗୋପି ରମଣ ଓ ସଞ୍ଜୟ କୁମାର । ଏମାନେ ବିହାରରେ ରହି  ଓଡ଼ିଶାରେ ବିଛାଇଥିଲେ ନେଟୱର୍କ । ଏବଂ ରାଜ୍ୟର ପ୍ରଭାବଶାଳୀ ଅଫିସରଙ୍କ ସହ ଥିଲା ସଂପର୍କ ।  ଆଉ ଏହାର ସୁଯୋଗ ନେଇ ଓଡ଼ିଶାରେ ବିକୁଥିଲେ ଚାକିରି ।

Odisha SI Recruitment Scam Deepens: CBI Arrests Two More, Widens Probe Into  Police Board Officials

ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ମାନଙ୍କ ଓଡ଼ିଶାରେ ଥିଲା ବେଶ୍ ଦବଦବା । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଏମାନଙ୍କୁ ସୁରକ୍ଷା ଦେଉଥିଲେ ବୋଲି ସିବିଆଇ ତଦନ୍ତ ବେଳେ ଜାଣିବାକୁ ପାଇଛି । ସିବିଆଇ ତଦନ୍ତ ଅନୁସାରେ, ଏ ପର୍ଯ୍ୟନ୍ତ ମାମଲାରେ ୧୩୩ ଜଣ ଗିରଫ ହୋଇସାରିଛନ୍ତି । ୧୬ ଜଣ ଦଲାଲଙ୍କ ବିରୋଧରେ ସିବିଆଇ ଚାର୍ଜସିଟ ଦାଖଲ କରି ସାରିଛି । ହେଲେ ଏବେବି ଆହୁରି ଅନେକ ଦଲାଲ ଅଛନ୍ତି ଯେଉଁମାନେ ବାହାରେ ବୁଲୁଛନ୍ତି । ସିବିଆଇ ନୋଟିସ ପରେ ବି ହାଜର ହେଉନାହାନ୍ତି କି ଉତ୍ତର ଦେଉନାହାନ୍ତି। ଏଣେ ତଦନ୍ତର ଅଗ୍ରଗତି ନେଇ ସିବିଆଇ, କୋର୍ଟଙ୍କ ନିକଟରେ ଦାଖଲ କରିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ । ପୂରା ମାମଲାରେ ଲିଙ୍କ ଥିବା ଅଭିଯୋଗରେ ଗତ ଜାନୁଆରୀ ୧ ତାରିଖରେ ସିବିଆଇର ଏକ ଟିମ ତମାଣ୍ଡୋରେ ଥିବା ଟି. ବିକାଶ ରଂଜନ ପାତ୍ରଙ୍କ  ଘରେ ରେଡ୍ ମାରିଥିଲା ।

Odisha Police SI Exam scam: CBI issues non-bailable warrants against 8  middlemen #Odisha

ଏହି ଚଢାଉ ବେଳେ ବିକାଶଙ୍କ ଘରୁ ୩୭୦ଟି ସିମ କାର୍ଡ, ୪୧୪ ଟି କ୍ରେଡିଡ ଓ ଡେବିଟ କାର୍ଡ,  ବିପୁଳ ପରିମାଣର ବ୍ୟାଙ୍କ ପାସବୁକ, ଆଧାରକାର୍ଡ, ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଜବତ ହୋଇଛି । ଜବତ ହୋଇ ଥିବା ସମସ୍ତ ସାମଗ୍ରୀ ଫୋରେନସିକ ଲାବକୁ ପଠାଯାଇଥିବା ବେଳେ ଉଭୟ ପରୀକ୍ଷାର୍ଥୀ ଓ ଦଲାଲଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହେଉଛି । ଦଲାଲମାନେ ପାଖାପାଖି ୫ ଶହ ଆଶାୟୀଙ୍କ ଠାରୁ ଟଙ୍କା ନେଇ ଚାକିରି ଦେବାକୁ ପ୍ରତିଶୃତି ଦେଇଥିଲେ ବୋଲି ଜଣାପଡିଛି । ପୋଲିସ ଏସଆଇ ପରୀକ୍ଷା ସ୍କାମ ଘଟଣାରେ ପୂର୍ବରୁ ଶଂକର ପୃଷ୍ଟି, ସୁରେଶ ନାୟକ, ମୁନା ମହାନ୍ତି ଭଳି ଅଭିଯୁକ୍ତ ଗିରଫ ହୋଇ ଜେଲରେ ରହିଛନ୍ତି ।

Odisha SI Recruitment Scam: Arrests Highlight Deep-Rooted Corruption -  Odisha Connect