Mumbai: ବଡ଼ ପରଦାରେ ପୁଣିଥରେ ରୋମାନ୍ସର ଯାଦୁ ଦେଖିବାକୁ ମିଳିବ। ବଲିଉଡର ବାଦଶାହ ଶାହାରୁଖ୍ ଖାନ୍ ଖୁବଶୀଘ୍ର ତାଙ୍କର ପୁରୁଣା ରୋମାଣ୍ଟିକ ଅନ୍ଦାଜରେ ଫେରିବାକୁ ପ୍ରସ୍ତୁତ। ‘କିଙ୍ଗ୍’ ପରେ ସେ ଏକ ବଡ଼ ବଜେଟର ରୋମାଣ୍ଟିକ ଫିଲ୍ମରେ ଅଭିନୟ କରିବେ ବୋଲି ସୂଚନା ମିଳିଛି। ଏହି ଫିଲ୍ମରେ କ୍ଲାସିକ ପ୍ରେମ କାହାଣୀକୁ ଆଧୁନିକ ଶୈଳୀରେ ଦର୍ଶାଯିବ। ଶାହରୁଖଙ୍କୁ ଏହି ଚଳଚ୍ଚିତ୍ରରେ ଏକ ଭିଣ୍ଟେଜ୍ ଲୁକ୍ରେ ଦେଖିବାକୁ ମିଳିବ, ଯାହା ଦର୍ଶକଙ୍କୁ ଦିଲୱାଲେ ଦୁଲହନିୟା ଲେ ଜାୟେଙ୍ଗେ ଓ ଭୀର ଜାରା ଭଳି ସୁପରହିଟ୍ ଫିଲ୍ମର ସ୍ମୃତି ମନେ ପକାଇଦେବ।
ନିର୍ମାତାମାନେ ଏହି ପ୍ରୋଜେକ୍ଟକୁ ଅନ୍ତର୍ଜାତୀୟ ସ୍ତରରେ ତିଆରି କରିବାକୁ ଯୋଜନା କରୁଛନ୍ତି। ଫିଲ୍ମରେ ଶାହରୁଖ ଏକ ପରିପକ୍ୱ ଓ ଗଭୀର ଚରିତ୍ରରେ ଅଭିନୟ କରିବେ।ପଠାନ୍ ଓ ଜୱାନ୍ ଭଳି ବ୍ଲକବଷ୍ଟର ଆକ୍ସନ ଫିଲ୍ମ ପରେ ତାଙ୍କର ଏହି ରୋମାଣ୍ଟିକ ଫେରାକୁ ନେଇ ସିନେପ୍ରେମୀମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଯାଉଛି। ବଲିଉଡର ‘ରୋମାନ୍ସ କିଙ୍ଗ’ ଭାବେ ପରିଚିତ ଶାହରୁଖ ଖାନଙ୍କୁ ପୁଣି ସେହି ପୁରୁଣା ଅନ୍ଦାଜରେ ଦେଖିବାକୁ ଦର୍ଶକମାନେ ଅତ୍ୟନ୍ତ ଅପେକ୍ଷା କରୁଛନ୍ତି।