୩୦ ଜିଲ୍ଲାର ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ମୂଲ୍ୟାୟନ ହେବ ଖାତା

ଆଜିଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷାର ଖାତା ଦେଖା । ୩୦ ଜିଲ୍ଲାର ମୋଟ ୫୧ଟି ମୂଲ୍ୟାୟନ କେନ୍ଦ୍ରରେ ଏହି ଖାତା ଦେଖିବେ ଶିକ୍ଷକ ଶିକ୍ଷୟତ୍ରୀ । ରାଜ୍ୟର ପ୍ରାୟ ୧୫ ହଜାର ଶିକ୍ଷକ ଶିକ୍ଷୟତ୍ରୀ ଖାତା ଦେଖିବା ସହିତ ମୂଲ୍ୟାୟନ କରିବେ । ସର୍ବନିମ୍ନ ୧୫ ଦିନ ଧରି ଏହି ଖାତା ଦେଖା କାର୍ଯ୍ୟକ୍ରମ ଚାଲିପାରେ । ଏଥିପାଇଁ ବୋର୍ଡ ତରଫରୁ ବିଧିବଦ୍ଧ ଭାବେ ନୋଟିସ ଜାରି କରାଯାଇଛି । ଏପରିକି ଇଦ-ଉଲ-ଫିତର ଓ ରାମନବମୀରେ ମଧ୍ୟ ଏହି ଖାତା ଦେଖା କାର୍ଯ୍ୟକ୍ରମ ଜାରି ରହିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Board of Secondary Education

ବୋର୍ଡ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁସାରେ ଏପ୍ରିଲ ୨ ତାରିଖ ସୁଦ୍ଧା ଅର୍ଥାତ ୧୫ଦିନ ମଧ୍ୟରେ ଖାତାଦେଖା ସାରିବାକୁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟ ପରୀକ୍ଷକ, ଉପ ମୁଖ୍ୟ ପରୀକ୍ଷକ, ସହକାରୀ ନିରୀକ୍ଷକଙ୍କ ସମେତ ନିୟୋଜିତ ଥିବା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୁଧବାର ମଧ୍ୟାହ୍ନ ୧୨ଟା ୩୦ ମିନିଟ୍‌ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦେଶ ଦିଆଯାଇଛି । ମୂଲ୍ୟାୟନ ପୂର୍ବରୁ ଅର୍ଥାତ୍‌ ପ୍ରତ୍ୟେକ ଦିନ ପୂର୍ବାହ୍ଣ ୧୦ଟା ସୁଦ୍ଧା କେନ୍ଦ୍ରରେ ପହଞ୍ଚିବେ । କ୍ୟାମ୍ପ ଅଧିକାରୀ ଓ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା କେନ୍ଦ୍ରରେ ପହଞ୍ଚିବାକୁ କୁହାଯାଇଛି ।

SSC answer papers delayed, alleges teachers' group