ବନ୍ଦ ହେଲା ନୋଡାଲ ଅଫିସରଙ୍କ ମାସକର ଦରମା । ଜଗତସିଂହପୁର ଜିଲ୍ଲାରେ ୬୯ ମଣ୍ଡି ନୋଡାଲ ଅଫିସରଙ୍କ ମାର୍ଚ୍ଚ ମାସର ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜଗତସିଂହପୁର ଜିଲ୍ଲାପାଳ । ୬୯ ଧାନ ମଣ୍ଡି ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନେ ଧାନ କ୍ରୟ କେନ୍ଦ୍ରରେ ମନମୁଖୀ ଭାବରେ ଅନୁପସ୍ଥିତ ରହୁଥିବା ନେଇ ଅଭିଯୋଗ ଆସିଥିଲା । ଯାହା ପରେ ଜିଲ୍ଲାପାଳ ଏହିଭଳି କାର୍ଯ୍ୟନୁଷ୍ଠାନ ନେଇଛନ୍ତି ଜିଲ୍ଲାପାଳ ।
ଏନେଇ ଜିଲ୍ଲାପାଳ ଏକ ଚିଠି ଜାରି କରିଛନ୍ତି । ଚଳିତ ବର୍ଷ ବିଭିନ୍ନ ମଣ୍ଡିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ରାଜସ୍ବ ନୀରିକ୍ଷକ, ଭିଏଡବ୍ଲ୍ୟୁ ଭଳି ନୋଡାଲଙ୍କୁ ଦାୟିତ୍ୱରେ ରଖା ଯାଇଛି। ଜିଲ୍ଲାର ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂହପୁର, ଏରସମା ଓ ବାଲିକୁଦା ସମସ୍ତ ବ୍ଲକରେ ଥିବା ବିଭିନ୍ନ ନୋଡାଲ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । ଏହାସହିତ ତିନିଦିନ ଭିତରେ ଉତ୍ତର ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି ।