ଭୁବନେଶ୍ଵର: ଓଡ଼ିଶା ମାନବାଧିକାର କମିଶନ (OHRC) ଡାହାଣୀ ଶିକାର ଓ ସନ୍ଦେହରେ ମହିଳାଙ୍କୁ ନିର୍ଯାତନା ଦେବା ବିରୋଧରେ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। କମିଶନ ମହିଳାଙ୍କୁ ‘ଡାହାଣୀ’ ବୋଲି ସମ୍ବୋଧନ କରିବାକୁ ଏକ ଅପରାଧ ବୋଲି ଘୋଷଣା କରିବା ସହ ଆଇନ ସଂଶୋଧନ ଓ ସଚେତନତା ପାଇଁ ଗୃହ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
କାହାକୁ ‘ଡାହାଣୀ’ ବୋଲି କହିବା କିମ୍ବା ଆକ୍ଷେପ କରିବା ଏଣିକି ଦଣ୍ଡନୀୟ ଅପରାଧ ଭାବେ ଗଣାଯିବ।ଡାହାଣୀ ସନ୍ଦେହରେ ମହିଳାଙ୍କୁ ନିର୍ଯାତନା ରୋକିବା ପାଇଁ ରାଜ୍ୟ ସରକାରଙ୍କୁ ଆଇନରେ ଆବଶ୍ୟକ ସଂଶୋଧନ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଗୃହ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗକୁ ଏହିପରି ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ସମାଜରୁ ଏହି କୁପ୍ରଥା ଦୂର କରିବା ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପଦକ୍ଷେପ ଦ୍ୱାରା ମହିଳାଙ୍କ ସୁରକ୍ଷା ଏବଂ ସମ୍ମାନ ପାଇଁ ଏକ ସକାରାତ୍ମକ ବାର୍ତ୍ତା ଯାଇଛି।