ଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଟ୍ରାକରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ । ହାୱାଡା ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ ରେଲୱେର ସ୍ୱେଦେଶୀ ଜ୍ଞାନକୌଶଳର ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ ଦୌଡିବ । ପ୍ରାୟ ୮୨୩ ଜଣ ଯାତ୍ରୀ ଯାଇପାରିବେ । ଏହି ଟ୍ରେନ ହାୱଡା ଓ ଗୌହାଟୀ ମଧ୍ୟରେ ଚାଲିବ । ସଂପୂର୍ଣ୍ଣ ବାତାନୁକୂଳ ଏହି ୧୬ କୋଚ୍ ବିଶିଷ୍ଟ ଟ୍ରେନରେ ୮୨୩ ଯାତ୍ରୀଙ୍କ କ୍ଷମତା ରହିଛି । ଏହି ଟ୍ରେନ ମାତ୍ର ୧୪ ଘଣ୍ଟାରେ ୯୫୮ରୁ ୯୬୮ କିଲୋମିଟର ଯାତ୍ରା କରିବ । ଏହାର ଡିଜାଇନ ସ୍ପିଡ ଘଣ୍ଟା ପ୍ରତି ୧୮୦ କିମି ରହିଛି । ଏଥିରେ ସସପେନସନ ସିଷ୍ଟମ, ଅଟୋମେଟିକ କବାଟ, ଉନ୍ନତ ବର୍ଥ ଓ ଯାତ୍ରା ସମୟରେ ଆଞ୍ଚଳିକ ଭୋଜନ ମିଳିବ । ଏହା ସପ୍ତାହରେ ୬ ଦିନ ଚାଲିବ । ଏହି ଟ୍ରେନ ପୂର୍ବୋତର ଏବଂ ପୂର୍ବ ଭାରତ ମଧ୍ୟରେ ଯୋଗାଯୋଗ, ପର୍ଯ୍ୟଟନ ଓ କାରବାରକୁ ପ୍ରୋତ୍ସାହନ ଦେବ ।

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜାନୁଆରୀ ୧ରେ ଦୁଇ ଷ୍ଟେସନ ମଧ୍ୟରେ ଏସି ୧, ଏସି ୨ ଓ ଏସି ୩ ତିନି ଶ୍ରେଣୀ ପାଇଁ ସମ୍ଭାବିତ ଭଡା ଘୋଷଣା କରିଥିଲେ । କ୍ରମଶଃ ୧୫୨୦, ୧୨୪୦ ଓ ୯୬୦ ଟଙ୍କା ରହିଛି । ବୋର୍ଡ ସର୍କୁଲାରରେ କହିଛି ଯେ, ଏହି ଟ୍ରେନ ପାଇଁ କେବଳ କନଫର୍ମ ଟିକେଟ୍ ହିଁ ଜାରି କରାଯିବ । ରିଜର୍ଭେସନ ଏଗେନଷ୍ଟ କ୍ୟାନସିଲେସନ, ପ୍ରତୀକ୍ଷା ସୂଚୀ/ ଆଂଶିକ ଭାବେ କନଫର୍ମ ଟିକେଟର କୌଣସି ନିୟମ ନାହିଁ । ସମୟ ସମୟରେ ଜାରି ବର୍ତ୍ତମାନର ନିର୍ଦ୍ଦେଶ ଅନୁସାରେ କେବଳ ମହିଳା ସଂରକ୍ଷଣ, ଦିବ୍ୟାଙ୍ଗଜନ ପାଇଁ ସଂରକ୍ଷଣ, ବରିଷ୍ଠ ନାଗରିକ ସଂରକ୍ଷଣ ଓ ଡ୍ୟୁଟି ପାସ ସଂରକ୍ଷଣ ଲାଗୁ ହେବ । ଏହି ଟ୍ରେନରେ କୌଣସି ଅନ୍ୟ ସଂରକ୍ଷଣ କୋଟା ଲାଗୁ ହେବ ନାହିଁ ।