ଇଡି ରେଡ୍ ନେଇ ଶୁଣାଣି ବେଳେ କଲିକତା ହାଇକୋର୍ଟରେ ପ୍ରବଳ ହଙ୍ଗାମା

କୋଲକାତା: ଇଡି ରେଡ୍ ନେଇ ଶୁଣାଣି ବେଳେ କଲିକତା ହାଇକୋର୍ଟରେ ପ୍ରବଳ ହଙ୍ଗାମା । ପ୍ରବଳ ଭିଡ଼ ଓ ହଙ୍ଗାମା ପାଇଁ ଶୁଣାଣି ଘୁଞ୍ଚାଇଲେ କଲିକତା ହାଇକୋର୍ଟ । ଆସନ୍ତା ୧୪ ତାରିଖକୁ ଶୁଣାଣି ଘୁଞ୍ଚାଇଲେ ହାଇକୋର୍ଟ । ଅନ୍ୟ ଏକ ବେଞ୍ଚ୍‌ରେ ଜରୁରୀ ଶୁଣାଣି ପାଇଁ EDର ଆବେଦନ । ଇଡି ରେଡ୍ ବିରୋଧରେ ମମତା ବାନାର୍ଜୀଙ୍କ ବିଶାଳ ଶୋଭାଯାତ୍ରା । କେନ୍ଦ୍ର ବିରୋଧରେ ସମର୍ଥକଙ୍କ ସହ ମମତାଙ୍କ ନାରାବାଜି । କେନ୍ଦ୍ରୀୟ ଏଜେନ୍ସୀର ଅପବ୍ୟବହାର କରୁଥିବା ଅଭିଯୋଗ ।

ସେପଟେ I-PAC ପରିସରରେ ଗୁରୁବାର ED ଚଢ଼ାଉ ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହସ୍ତକ୍ଷେପ କରିଥିବା ଅଭିଯୋଗ ହୋଇଛି। ସୂତ୍ର ଅନୁସାରେ ସେ I-PAC ଅଧିକାରୀ ପ୍ରତୀକ ଜୈନଙ୍କ ଫୋନ ନେଇ ନିଜ ପାଖରେ ରଖିଥିଲେ। ମନି ଲଣ୍ଡରିଂ ତଦନ୍ତର ଅଂଶ ଭାବରେ ଇଡି କୋଲକାତାରେ ରାଜନୈତିକ ପରାମର୍ଶଦାତା ସଂସ୍ଥା I-PAC ପରିସରରେ ଚଢ଼ାଉ କରିବା ସମୟରେ ଏହି ଘଟଣା ଘଟିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଏଜେନ୍ସି ଉପରେ TMC ଡକ୍ୟୁମେଣ୍ଟ ଚୋରି କରିବାର ଅଭିଯୋଗ ଆଣିଥିଲେ।