ମୋକିମ ଙ୍କୁ ଆଗାମୀ କାର୍ୟ୍ୟକ୍ରମ ପାଇଁ ଶୁଭେଚ୍ଛା ଜଣାଇଲେ ଭକ୍ତ । କହିଲେ ବିଜେପର ବଡ଼ ନେତା ଚିଠି ଡ୍ରାଫଟିଙ୍ଗ କରିଛନ୍ତି ଆଉ ମୋକିମ ସେଥିରେ ଦସ୍ତଖତ ବି କରିଛନ୍ତି । ପୂର୍ବରୁ ମଧ୍ୟ ମୋକିମ ବହିସ୍କୃତ ହୋଇଥିଲେ । ଯେହେତୁ ମୋକିମ ଦଳ ପାଇଁ ଗୋଟେ ଆସେଟ ଥିଲେ ଏହା ଭାବିକି ବିଗତ ନିର୍ବାଚନ ପୂର୍ବରୁ ମୁଁ ଯେତେବେଳେ ପ୍ରଚାର କମିଟି ଅଧକ୍ଷ ହେଲି ସେତବେଳେ ଦଳରେ ତାଙ୍କୁ ବହିଷ୍କାର ଉଠାଇବା ପାଇଁ ମୁଁ ମୁଖ୍ୟ ଭୂମିକା ନେଇଥିଲି । କିନ୍ତୁ ମତେ ଲାଗୁଛି ମୋକିମ ଦେଇଥିବା ଚିଠି ସେ ଲେଖିନାହାନ୍ତି । ବିଜେପି ର ବହୁତ ବଡ଼ ନେତୃତ୍ୱ ଡ୍ରାଫଟିଙ୍ଗ କଲା ଭଳି ଜଣାପଡୁଛି । କାରଣ ପୂର୍ବରୁ ଯେଉଁଦିନ ଦିଲ୍ଲୀରେ ଭୋଟ ଚୋରି ଉପରେ କାର୍ୟ୍ୟକ୍ରମ ଥିଲା ସେଦିନ ଓଡ଼ିଶାରେ ଭୋଟ ଚୋରି ଉପରେ ଚର୍ଚ୍ଚା ହୋଇପାରିଲା ନାହିଁ । କାରଣ ମିଡ଼ିଆ କୁ ଏଙ୍ଗେଜ କରାଗଲା । ବିଭିନ୍ନ ପରିସ୍ଥିତି ରେ ମୋକିମ ନିଜକୁ ନିଜେ ଅଲଗା କରି ସେ ଚିଠିରେ ଦସ୍ତଖତ କରିଛନ୍ତି । ସେ ଯେଉଁ ରାଜନୈତିକ ପଦକ୍ଷେପ ନେବେ ମୁଁ ସେଥିପାଇଁ ତାଙ୍କୁ ଶୁଭକାମନା କରୁଛି । ମୋର ବ୍ୟକ୍ତିଗତ ସମ୍ପର୍କ ମୋକିମ ସହ ଖରାପ ନାହିଁ । ଏହା ଦଳର ନିଷ୍ପତ୍ତି ମୋର ନୁହେଁ । ଭବିଷ୍ୟତ କୁ ଆଗରେ ରଖି ସବୁ କଥାକୁ ବିଚାର କରି ଦଳ ନିଷ୍ପତ୍ତି ନେଲା । ସେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି ସେ କରିପାରିବେ । ସୋଫିଆ ଜଣେ ଉଦୟମାନ ଝିଅ ଓ ବିଧାୟିକା,ତାର ଭବିଷ୍ୟତ ସେ ନିର୍ଧାରଣ କରିବ । ଆମର ଆଶ୍ରୀବାଦ ତା ସାଙ୍ଗରେ ଅଛି ସେ ଆଗକୁ ଯାଇପାରିବ ବୋଲି ବୟାନ କହିଛନ୍ତି ପିସିସି ସଭାପତି ।