ଚାଷୀ ଆନ୍ଦୋଳନ ଓ ସମସ୍ୟା ନେଇ ମୋହନଙ୍କ ସହ କଥାହେଲେ ଧର୍ମେନ୍ଦ୍ର

ରାଜ୍ୟର ଚାଷୀକୂଳ ଅନେକ ଗୁଡିଏ ସମସ୍ୟା ଦେଇ ଗତି କରୁଥିବାବେଳେ ଏ ପ୍ରସଙ୍ଗରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାରଣ ରାଜ୍ୟରେ ଦୀର୍ଘ ଦିନ ଧରି ଖରିପ୍ ରୁତୁର ଧାନ ବିକ୍ରିକୁ ନେଇ ଚାଷୀ ସଙ୍ଗଠନ ପକ୍ଷରୁ ଆନେ୍ଦାଳନ କରାଯାଉଛି । ଆଉ ଆଜି ପୁଣିଥରେ ସମାନ ପ୍ରାୟ ଦୃଶ୍ୟ ନେଇ ଚାଷୀ ସଙ୍ଗଠନ ପୁଣି ରାସ୍ତାକୁ ଓଲ୍ଳାଇଥିବାବେଳେ ଏ ପ୍ରସଙ୍ଗକୁ ଶୀଘ୍ର ସମାଧାନ କରିବା ପାଇଁ ନିଜେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଓ ଆଲୋଚନା କରିଥିଲେ ଏବଂ କିପରି ଏ ସମସ୍ୟାର ଶୀଘ୍ର ସମାଧାନ କରାଯିବ ସେ ପ୍ରତି ଧ୍ୟାନ ଦେବାକୁ ମୋହନଙ୍କୁ ପରାମର୍ଶ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ପୂର୍ବରୁ ରାଜ୍ୟରେ ଖରିଫ ରୁତୁ ଓ ରବି ରୁତୁ ପାଇଁ ଏଫ୍ସିଆଇ ଦ୍ୱାରା ନିର୍ଦ୍ଧାରିତ ଲକ୍ଷ୍ୟ ଠାରୁ ଅଧିକ ଉଷୁନା ଧାନ କିଣିବା ସହ ଚାଉଳର ଶୀଘ୍ର ଉଠାଣ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର , ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କୁ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରି ଅନୁରୋଧ କରିଥିଲେ । କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଅନୁରୋଧ କ୍ରମେ ଓଡିଶାର ଚାଷୀ ଭାଇ ଭଉଣୀଙ୍କ ସ୍ୱାର୍ଥକୁ ରକ୍ଷା କରି ଖରିଫ୍ ଫସଲ ପାଇଁ ଧାନ କିଣିବା ଲକ୍ଷ୍ୟକୁ ୪୦ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରି ୪୭ ଲକ୍ଷ ମେଟ୍ରିକ୍ ଟନ୍ କରାଯାଇଛି । ସେହିପରି ରବି ଫସଲ ପାଇଁ ଏହି ଲକ୍ଷକୁ ୧୦ ଲକ୍ଷ ମେଟ୍ରିକ୍ ଟନ୍ରୁ ବୃଦ୍ଧି କରି ୧୧ ଲକ୍ଷ ମେଟ୍ରିକ୍ ଟନ୍ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ମୁଖ୍ୟମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଏ ଆଲୋଚନା ପରେ ଏନେଇ ବିଜେପି କ୍ଷେତ୍ରିୟ ଗଣମଧ୍ୟମ ପକ୍ଷରୁ ଏ ସୂଚନା ଦିଆଯାଇଛି ।