ଭୁବନେଶ୍ଵର: ଅନ୍ୱେଷା ଯୋଜନାକୁ ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ । ଆଲୋଚନାରେ ଭାଗ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା । SCST ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସରକାର ଆଣିଥିଲେ ଅନ୍ୱେଷା ଯୋଜନା । ୨୦୨୫-୨୬ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଧୋକା ଦିଆଯାଇଛି । ଅନ୍ୱେଷା ପୋର୍ଟାଲ ଖୋଲାଗଲାନି କି ଆଡମିଶନ୍ ହେଲାନାହିଁ ବୋଲି କହିଛନ୍ତି କାଡାମ୍ । ଆଦିବାସୀଙ୍କ ଦୁଃଖ ବୁଝୁ ନାହାନ୍ତି ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ । ପିଲାଙ୍କ ରହିବା, ଖାଇବା ଓ ଯାତାୟାତରେ ସଠିକ ବ୍ୟବସ୍ଥା ହୋଇନାହିଁ ବୋଲି କହିଛନ୍ତି କାଡାମ୍ ।

ସେପଟେ ଅନ୍ୱେଷା ଯୋଜନା ମୁଲତବି ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି SC/ST ମନ୍ତ୍ରୀ । ୧୧ଜିଲ୍ଲାର ୧୬୩ ଶିକ୍ଷାନୁଷ୍ଠାନରେ ପାଠ ପଢ଼ୁଛନ୍ତି ୨୦ହଜାର ଛାତ୍ରଛାତ୍ରୀ । ଅନ୍ୱେଷା ଯୋଜନାରେ ୨୦ ହଜାର SC/ST ପିଲା ପାଠ ପଢ଼ୁଛନ୍ତି । ୨୦୨୫-୨୬ରେ ୧୫୮ କୋଟି ୮ ଲକ୍ଷ ବ୍ୟୟବରାଦ କରାଯାଇଛି । ଆଗାମୀ ୫ବର୍ଷ ପାଇଁ ଯୋଜନା ଚାଲୁ ରଖିବା ପ୍ରସ୍ତାବ ବିଚାରଧୀନ ରହିଛି ବୋଲି କହିଛନ୍ତି ମନ୍ତ୍ରୀ ।