ଭୁବନେଶ୍ଵର: ଆଜି ରାଜ୍ୟ କ୍ୟାବିନେଟର ୩୦ ତମ ବୈଠକ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ରାଜ୍ୟ କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କ୍ୟାବିନେଟ ବୈଠକରେ ମନ୍ତ୍ରୀ ପରିଷଦର ସଦସ୍ୟ ଓ ବିଭାଗୀୟ ସଚିବମାନେ ଉପସ୍ଥିତ ରହିଥିଲେ। ଆଜିର କ୍ୟାବିନେଟ୍ ବୈଠକରେ ୯ଟି ବିଭାଗର ୧୨ଟି ପ୍ରସ୍ତାବ ପାରିତ ହୋଇଛି।

ବୈଠକ ପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ। କ୍ୟାବିନେଟ ବୈଠକରେ ମୋଟ ୯ ଟି ବିଭାଗର ୧୨ଟି ପ୍ରସ୍ତାବ ଆଲୋଚନା ପୂର୍ବକ ଅନୁମୋଦନ କରାଯାଇଥିଲl l ତନ୍ମଧ୍ୟରେ ଗୋଟିଏ ପ୍ରସ୍ତାବ ସପ୍ତଦଶ ବିଧାନ ସଭାର ଆଗାମୀ ୫ମ ଅଧିବେଶନ ଅନୁଷ୍ଠିତ ହେବା ସମ୍ପର୍କିତ ଥିଲା l ଏହିଭିତରେ ୟୁନିଫର୍ମ ସର୍ଭିସ୍ ପାଇଁ ୟୁନିଫର୍ମ ସେବା କର୍ମଚାରୀ ଚୟନ ଆୟୋଗ ଗଠନ କରାଯିବ। ପୋଲିସ ,ଅବକାରୀ ଓ ବନ ବିଭାଗର ନିଯୁକ୍ତି ପାଇଁ ଏହି ଆୟୋଗ କାମ କରିବ। ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିବେ। ଏହା ଦ୍ବାରା ନିଯୁକ୍ତି ପ୍ରକ୍ରିୟାରେ ସ୍ଵଚ୍ଛତା ଆସିବ। ଏହାସହ ଲଘୁ ଖଣିଜ ପାଇଁ ଅକ୍ସନ ଜାଗାରେ ଲଟରି ହେବ। କେଉଁ ମାଇନିଙ୍ଗ କେତେ ଦରରେ ବିକ୍ରି ହେବ ତାହା ସରକାର ନିର୍ଣ୍ଣୟ କରିବେ। ଜଣେ ଲୋକ ଗୋଟେ ଜିଲ୍ଲାରେ ଅତି ବେଶୀରେ ୩ଟି ଓ ରାଜ୍ୟରେ ୫ଟି ଲଘୁ ଖଣିଜ ମାଇନ ନେଇ ପାରିବେ। ଏ ନେଇ ନିୟମରେ ସଂଶୋଧନ ଆଣିଛନ୍ତି ସରକାର। ଅଫ ସିଜିନରେ ଷ୍ଟକୟାର୍ଡରେ ରଖାଯାଇ ପାରିବ ଲଘୁ ଖଣିଜ। ଲଘୁ ଖଣିଜ ଚୋରା କାରବାର ରୋକିବା ପାଇଁ ବଡ ନିଷ୍ପତି ହୋଇଛି।