ଦିଲ୍ଲୀ ବିସ୍ଫୋରଣ: ଘଟଣା ପଛରେ I-20 କାର୍‌

Red fort explosion: ଦିଲ୍ଲୀ ବିସ୍ଫୋରଣ ଘଟଣା ପଛରେ I-20 କାର୍‌। ହରିୟାଣା ନଂ ଥିବା ଏହି କାର୍‌ ଉପରେ ବଢ଼ିଲା ସନ୍ଦେହ । ଏଥିରେ ୩ ଜଣ ସନ୍ଦିଗ୍ଧ ଥିବା ନେଇ ମିଳିଲା ସୂଚନା । ଏହି କାର୍‌ଟି ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା । ପ୍ରକୃତରେ କାର୍‌ରେ କେଉଁମାନେ ଥିଲେ ଜାଣିବାକୁ ତଦନ୍ତ ଆରମ୍ଭ କରିଛି ତଦନ୍ତକାରୀ ଦଳ ।

ଅନ୍ୟପଟେ ଦିଲ୍ଲୀ ବିସ୍ଫୋରଣ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । ଦିଲ୍ଲୀ ବିସ୍ଫୋରଣରେ ମୃତକଙ୍କୁ ନେଇ ଦୁଃଖପ୍ରକାଶ କଲେ ମୋଦି । ଏକ୍ସରେ ପୋଷ୍ଟ ସେୟାର କରି ବିସ୍ଫୋରଣରେ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୋଦି । ସେହିପରି ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସହ ସ୍ଥିତିର ସମୀକ୍ଷା କରିଛନ୍ତି ବୋଲି ସୂଚନା ଦେଇଛନ୍ତି ମୋଦି ।

ଦିଲ୍ଲୀ ବିସ୍ଫୋରଣକୁ ନେଇ ଗୃହମନ୍ତ୍ରୀ ଅମିତ ଶାହଙ୍କ ସୂଚନା । ସବୁ ଦିଗରୁ ତଦନ୍ତ କରାଯିବ, ଦିଲ୍ଲୀ କ୍ରାଇମବ୍ରାଞ୍ଚ ଓ ସ୍ପେଶାଲ ବ୍ରାଞ୍ଚ ମୁଖ୍ୟ ଘଟଣାସ୍ଥଳରେ ଅଛନ୍ତି । NSG ଓ NIAକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସବୁ ସିସିଟିଭି ଯାଞ୍ଚ ପାଇଁ ନିର୍ଦ୍ଦେଶ ରହିଛି ।