ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସମାସ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ବୌଦ୍ଧ ଜିଲ୍ଲାରେ ବିଭିନ୍ନ ସମାସ୍ୟକୁ ନେଇ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନାଗରିକ କମିଟି ସମ୍ପାଦକ ବିଶେଶ୍ୱର ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବୌଦ୍ଧ ଜିଲ୍ଲାରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଉପରେ ସୂଚନା ଦେବାସହ ୩୦୦ ଶଯ୍ୟା ବିଶିଷ୍ଟ ନିର୍ମାଣ ହୋଇସାରିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସୁବିଧା ପର୍ଯ୍ୟଟନର ବିକାଶ, ଜିଲ୍ଲା ସଂଗ୍ରହାଳୟ, ରାଜ୍ୟ ସରକାରୀ ହାତକୁ ନେବା ଏବଂ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ରେ ଲାଗିରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବାସହ ଆଗାମୀ ଦିନରେ ଏହି ସବୁ ସମସ୍ୟା ର ସମାଧାନ ଦିଗରେ ରାଜ୍ୟ ସରକାରୀ ତଥା ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ ।