ନବନିର୍ମିତ ଇସ୍କନ ମନ୍ଦିରରୁ, ଏକ ବିରାଟ ଅଜଗର ଉଦ୍ଧାର । ଯାହାର ଲମ୍ବ ୬ ଫୁଟ ହୋଇଥିବା ବେଳେ, ଓଜନ ୧୦ କିଲୋଗ୍ରାମର ରହିଛି। ସୂଚନା ଅନୁଶାରେ, ଉତ୍ତରପ୍ରଦେଶର ଇଟାୱା ସହରରରେ ନୂଆ କରି ହୋଇଥିବା ଇସ୍କନ ମନ୍ଦିର ଷ୍ଟୋର ରୁମରୁ, ଏହି ସାପକୁ ଉଦ୍ଧାର କରାଯାଇଛି। ମନ୍ଦିରର ପରିଚାଳକ ବରାହ ଦାସ କହିଛନ୍ତି, ‘ମନ୍ଦିର କାମ ପାଇଁ ଷ୍ଟୋରରୁମ ଖୋଲା ଯାଇଥିଲା। ଆଉ ଏହି ସମୟରେ ମନ୍ଦିର କାମରେ ନିୟୋଜିତ ଥିବା କର୍ମଚାରୀ, କୋଠରି ଭିତରେ ଏକ ସାପଗୁଡ଼ାଇ ହୋଇ ଶୋଇଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ଭୟଭୀତ ହୋଇ ବାହାରକୁ ଚାଲି ଆସିଥିଲେ। ଘଟଣା ସମ୍ପର୍କରେ ସେମାନେ ମନ୍ଦିରରେ ଉପସ୍ଥିତ ଥିବା ଭକ୍ତମାନଙ୍କୁ ସୂଚନା ଦେବା ସହିତ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ଏବଂ ସଙ୍ଗେ ସଙ୍ଗେ ଉଦ୍ଧାର ପାଇଁ ବନ ବିଭାଗକୁ ଖବର ଦେଇଥିଲେ ।
