ଗଞ୍ଜାମ: ହିଞ୍ଜିଳି ବ୍ଲକ୍ ବେଲଗାଁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଗ୍ରାମର ଜଣେ ଯୁବକ ଏକ ବିନ୍ଧିବା ଲୁଙ୍ଗି ବେକରେ ଲଗାଇ ଆତ୍ମହତ୍ୟା କରିଛନ୍ତି । ସେ କିଛି ଦିନ ହେଲା ମଦ୍ୟପାନ କରି ପାରିବାରିକ କଳହର ସମ୍ମୁଖୀନ ହେବା ସହ, କିଛି ଗୃପ ଟଙ୍କାକୁ ନେଣଦେଣକୁ ନେଇ ଚିନ୍ତାଗ୍ରସ୍ତ ଥିଲେ ।
ମାନସିକ ଦୁଶ୍ଚିନ୍ତାରେ ରହି ଗତ ଦୁଇଦିନ ହେବ ନିଜ ସ୍ତ୍ରୀଙ୍କ ଝଗଡ଼ା କରୁଥିଲେ। ମୃତକ ଜଣକ ହେଲେ ମିଟୁ ସେଠୀ ବୟସ ୩୨ ଓ ତାଙ୍କ ଘର ଦୁର୍ବନ୍ଧ ଗ୍ରାମ ଇନ୍ଦିରା ନଗର । ସେ ନିଜ ଘରର ଫ୍ୟାନ୍ ହୁକରେ ଲୁଙ୍ଗି ଲଗାଇ ଝୁଲୁ ଥିବା ଅବସ୍ଥାରେ ସକାଳୁ ଉଠି ପରିବାର ଲୋକେ ଦେଖି କାନ୍ଦବୋବାଳି କରିଥିଲେ । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଖବର ପାଇ ବେଲଗାଁ ପୋଲିସର ଏକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାରକରୀ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।

ସିଏ ଦୈନିକ କୁଲିଭୂତି କରି ପରିବାର ଭରଣ ପୋଷଣ କରୁଥିବା ବେଳେ ବର୍ତ୍ତମାନ ଘର କିପରି ଚଳିବ ତାକୁ ନେଇ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି । ମୃତକଙ୍କ ପରିବାର ଅତି ଗରିବ ଶ୍ରେଣୀର ହେଇଥିବାରୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି । ଏନେଇ ଆଜି ବେଲଗାଁ ପୋଲିସ୍ କେସ ନମ୍ୱର ୫/୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା SI କମଳନୀ ନାୟକ ପ୍ରକାଶ କରିଛନ୍ତି।