ଭୁବନେଶ୍ଵର: ପୁଣି ଭୁବନେଶ୍ବର ବିମାନ ବନ୍ଦରରୁ ଜବତ ହେଲା ମାରିଜୁଆନା । ୩ କୋଟି ଟଙ୍କାର ମାରିଜୁଆନା ଜବତ କଲା କଷ୍ଟମ ବିଭାଗ । ୩ କେଜି ୨୦୦ ଗ୍ରାମ ମାରିଜୁଆନା ସହ କେରଳର ଜଣେ ଯୁବକକୁ ଗିରଫ କରିଛି କଷ୍ଟମ୍ ବିଭାଗ । ବ୍ୟାଂକକ୍ରୁ ଭୁବନେଶ୍ବର ଆସୁଥିଲା ମାରିଜୁଆନା ।
ସୂଚନା ଅନୁସାରେ, ବ୍ୟାଂକକ୍ରୁ ଭୁବନେଶ୍ବର ଆସୁଥିବା ବେଳେ କେରଳର ଜଣେ ଯୁବକକୁ ଗିରଫ କରିଛି କଷ୍ଟମ୍ ବିଭାଗ । ଯୁବକଙ୍କ ଲଗେଜ ବ୍ୟାଗ୍ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ଜବତ କରିଛି କଷ୍ଟମ୍ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏହି ମାମଲାରେ କଷ୍ଟମ ବିଭାଗ ଜଣଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ବିମାନ ବନ୍ଦରରୁ ପ୍ରାୟ ୮ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା । ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଏହାକୁ ଜବତ କରିଥିଲା । ଘଟଣାରେ ଗୁଜୁରାଟ ଅହମଦାବାଦର ଜଣେ ଯୁବକକୁ ଗିରଫ କରାଯାଇଥିଲା ।