ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର, ମୋବାଇଲ ନେଇ ଛୁ ମାରିଲେ ମହିଳା

ଭୁବନେଶ୍ବର: ମୃତଦେହ ନିକଟରୁ ମୋବାଇଲ୍‌ ନେଇ ଛୁ ମାରିଲେ ୨ ଯୁବତୀ । CCTV ଦେଖି ସମ୍ପୃକ୍ତ ୨ ଯୁବତୀଙ୍କୁ ଖୋଜୁଛି ବଡ଼ଗଡ଼ ଥାନା ପୋଲିସ । ୨ ଯୁବତୀଙ୍କୁ ଏକ ସ୍କୁଟିରେ ଛୁ ମାରୁଥିବା ଦେଖିବାକୁ ମିଳିଛି । ବଡ଼ଗଡ଼ ବ୍ରିଟ୍‌ କଲୋନୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ପରର ଘଟଣା । ଝୁଲନ୍ତା ଅବସ୍ଥାରେ ଥିବା ଯୁବକଙ୍କ ମୃତଦେହ ସହ ଲିଙ୍କ୍‌ କ’ଣ ସ୍ପଷ୍ଟ ହୋଇନି ।

ସୂଚନା ଅନୁସାରେ, ବଡ଼ଗଡ଼ ବ୍ରିଟ୍‌ କଲୋନୀ ଅଞ୍ଚଳରେ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହି ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ୍‌ରେ ଦୁଇ ଯୁବତୀ ମୃତଦେହ ନିକଟରୁ ମୋବାଇଲ୍‌ ଫୋନ୍‌ ନେଇ ସ୍କୁଟିରେ ପଳାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଦୁଇ ଯୁବତୀଙ୍କର ମୃତଦେହ ସହ କିପରି ସମ୍ପର୍କ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବଡ଼ଗଡ଼ ଥାନା ପୋଲିସ ଏହି ମାମଲାରେ ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍‌ ଆଧାରରେ ସମ୍ପୃକ୍ତ ଯୁବତୀଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଜାରି ରହିଛି।