ଆମ ରାଜ୍ୟ ଏକ କୃଷି ପ୍ରଧାନ ରାଜ୍ୟ । ରାଜ୍ୟର ଚାଷୀ ପରିବାରକୁ ଆର୍ଥକ ସ୍ବାବଲମ୍ବୀ କରିବାପାଇଁ ଆମ ସରକାର ନିଜସ୍ବ ସମ୍ବଳରେ ସି.ଏମ୍ କିଷାନ୍ ନାମକ ଏକ କୃଷକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି
ଏହି ସି.ଏମ୍ କିଷାନ୍ ଯୋଜନା ଆମ ସରକାରଙ୍କର ଏକ ଅଭିନବ କୃଷକ କଲ୍ୟାଣକାରୀ ଯୋଜନା । ରାଜ୍ୟରେ ଥିବା ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଖରିଫ ଓ ରବି ଚାଷ ନିମନ୍ତେ ବିହନ ଓ ସାର କିଣିବା ପାଇଁ ଆର୍ଥକ ସହାୟତା ଯୋଗାଇଦେବା ଏହି ଯୋଜନାର ବିଶେଷତ୍ଵ ।

ଆଜି ରାଜ୍ୟର ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ୧୦୪୧ କୋଟିରୁ ଅଧୂକ ଟଙ୍କାର ସି.ଏମ୍ କିଷାନ୍ ଯୋଜନାର ତୃତୀୟ କିସ୍ତିର ଆର୍ଥକ ସହାୟତା ଡ଼ିବିଟି ମାଧ୍ଯମରେ ପ୍ରଦାନ କରାଗଲା । ଭାଦ୍ରବ ମାସରେ ନୂଆଁଖାଇ ଅବସରରେ, ନୂତନ ଶସ୍ୟ ଦେବାଦେବୀଙ୍କୁ ଲାଗି ହେବାପରେ ଆଶ୍ବିନ ମାସରେ ଆମ ରାଜ୍ୟରେ ପ୍ରାକ୍-ରବି କୃଷି କାର୍ଯ୍ୟ ଆରମ୍ଭ କରାଯାଇଥାଏ । ଏଥିପାଇଁ ଏହି ଯୋଜନାର ସହାୟତା ଚାଷୀମାନଙ୍କୁ ଆଗୁଆ ଯୋଗାଇ ଦିଆଯାଉଛି।