ପିଲାଙ୍କୁ ଭେଟି ଫେରୁଥିବା ବେଳେ ଦୁର୍ଘଟଣା

ଆଶ୍ରମ ସ୍କୁଲରୁ ପିଲାଙ୍କୁ ଭେଟି ଫେରୁଥିବା ବାଟରେ ଦୁର୍ଘଟଣା । ଆଜି ଅପରାହ୍ନ ସମୟରେ, ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅଞ୍ଚଳର ବଂପର୍ଡା ଠାରେ ଥିବା ଆଶ୍ରମ ସ୍କୁଲରୁ ପିଲାଙ୍କୁ ଭେଟ କରି ବାଇକରେ ଫେରୁଥିଲେ । ହେଲେ ଝରବହାଲ ରୁ ସରନ୍ କୋର୍ଟ  ଯାଇଥିବା ରାସ୍ତାରେ, ଦୁଇ ଜଣ ବାଇକ ଆରୋହୀ ବାଇକରୁ ଛିଟିକି ରାସ୍ତାରେ ପଡ଼ି ଯାଇଥିଲେ। ସେଇ ସମୟରେ ନିଜ ଜମିରେ କାମ କରୁଥିବା ସେଠିକାର ରୋହିତ ପ୍ରଧାନ  ସେମାନଙ୍କୁ ଦେଖି ରକ୍ତ ଯୁଡୁ ବୁଡୁ ଅବସ୍ଥାରେ ଦୁଇ ଜଣଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାରକୋଟ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇ ଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ, ଆହତଙ୍କୁ ସଙ୍ଗେ ସଙ୍ଗେ  ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ତାନାନ୍ତରିତ କରିଥିଲେ। ଆହତ ଦୁଇଜଣ ବ୍ୟକ୍ତି ହେଲେ,ବଞ୍ଜନ ପ୍ରଧାନ ଓ  ଅନ୍ଧାରୁ ବେହେରା । ଏବଂ ସେମାନଙ୍କ ଘର  ବାରକୋଟ ଥାନା,କଳିଆପ।ଲ ପଞ୍ଚାୟତ, ମହୁଲ ଡିହା  ଗାଁର ବୋଲି ସୂଚନା