ବାରିପଦା: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଫେରାର ଶିକ୍ଷକ ଗିରଫ । ବେତନଟୀ ବ୍ଲକର ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାନ୍ତଙ୍କୁ ଗିରଫ କରିଛି ପୋଲିସ । ଫେରାର ହେବାର ୩ ସପ୍ତାହ ପରେ ଗିରଫ କଲା ବୈଶିଙ୍ଗା ଥାନା ପୋଲିସ । ନାବାଳିକା ଛାତ୍ରୀମାନଙ୍କୁ ଶିକ୍ଷକ ଅସଦାଚରଣ କରୁଥିବାର ଭିଡିଓ ଭାଇରାଲ୍ ହୋଇଥିଲା । ଭାଇରାଲ୍ ପରେ ବୈଶିଙ୍ଗା ଥାନାରେ ଏତଲା ଦେଇଥିଲେ ପ୍ରଧାନ ଶିକ୍ଷକ । କିଛି ତଳେ ଛାତ୍ରୀ ଅସଦାଚରଣ ମାମଲାରେ ବେତନଟୀର ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ପ୍ରମୋଦ ମହାନ୍ତଙ୍କୁ ମଣ୍ଡଳ ଶିକ୍ଷା ଅଧିକାରୀ ନିଲମ୍ବିତ କରିଥିଲେ । ଏକାଧିକ କୋମଳମତି ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ତାଙ୍କ ଉପରେ । ତଦନ୍ତ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ କହିଥିଲେ ବିଇଓ। ଏହାପରେ ଫେରାର୍ ହୋଇଯାଇଥିଲେ ରସିକିଆ ଶିକ୍ଷକ । ଏନେଇ ଥାନାରେ ଏତଲା ଦେଇଥିଲେ ସ୍କୁଲର ପ୍ରଧାନ ଶିକ୍ଷକ । ଏତେଲାର ୧ମାସ ପରେ ବୈଶିଙ୍ଗା ପୋଲିସ ପ୍ରମୋଦ ମହାନ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ବେତନଟୀ ବ୍ଲକ ଅଧୀନ ପ୍ରତିମାଦେଇପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ପ୍ରମୋଦ କୁମାର ମହାନ୍ତl