ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ

ବାଲେଶ୍ଵର:- ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା ପରେ ନୀଳଗିରି ମର୍ଦ୍ଦରାଜପୁର ଜଣେ ଯୁବକକୁ ରେମୁଣା ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ଫକୀରମୋହନ ବିଶ୍ବବିଦ୍ୟାଳୟ ଅଧ୍ୟାପକଙ୍କ ନବବିବାହିତା ପତ୍ନୀଙ୍କୁ ଅସଦାଚରଣ ଘଟଣା ଏବଂ ଅଭିଯୋଗ ପରେ ବଢିଲା ବିଶ୍ଵ ବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା। ଏବଂ କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରିଛନ୍ତି କୁଳପତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ତାର ତଦନ୍ତ ଜାରି ରହିଛି। ଏଣିକି ବିଶ୍ଵ ବିଦ୍ୟାଳୟ ଭିତରକୁ ଗଲେ ଆଧାରକାର୍ଡ ଦେଖାଇବାକୁ ହେବ। ଗତକାଲି ଦ୍ୱିପ୍ରହରରେ ବଳାତ୍କାର ଉଦ୍ୟମ କରାଯାଇଥିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ବିରୋଧ କରିବାରୁ ଦୁର୍ବୃତ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ।

ଅଭିଯୁକ୍ତ ଗତ ଶୁକ୍ରବାର ଅନ୍ୟ ଜଣେ ଅଧ୍ୟାପକଙ୍କ ଅନୁପସ୍ଥିତିରେ ଘରେ ପଶି ପାଣି ମାଗିଥିଲା, ପରେ ଦୁର୍ବ୍ୟବହାର କରିଥିଲା। ଶନିବାର ଘରେ ପଶି ପୁଣି ଜଣେ ଅଧ୍ୟାପକଙ୍କ ପତ୍ନୀଙ୍କୁ ବଳାତ୍କାର ଉଦ୍ୟମ କରିବା ଘଟଣା ବିଶ୍ବବିଦ୍ୟାଳୟ ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇଛି। ଏହି ଘଟଣା ପରେ କ୍ୟାମ୍ପସରେ ଆତଙ୍କ ସୃଷ୍ଟି ହୋଇଛି। ଏନେଇ ଅଧ୍ୟାପକଙ୍କ ପତ୍ନୀ ରେମୁଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ଗିରଫ ଯୁବକ ନୀଳଗିରି ଥାନା ଅଧୀନ ମର୍ଦ୍ଦରାଜପୁର ଗାଁର ଶଙ୍କର ପାତ୍ର ବୋଲି ଜଣାପଡିଛି।