ବାରିପଦା ସହରର ହେବ ନବୀକରଣ; ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ

ଭୁବନେଶ୍ଵର: ବାରିପଦା ସହରର ହେବ ନବୀକରଣ । ଏନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ । ରିଙ୍ଗ୍‌ ରୋଡ ସହିତ ବୁଢ଼ାବଳଙ୍ଗ ନଦୀରେ ବ୍ୟାରେଜ ନିର୍ମାଣ ହେବ । ସ୍ବରେଜ ସିଷ୍ଟମ ସହ ବିକଶିତ ହେବ ବାରିପଦା ସହର । ସେହିପରି ନୂଆ ସ୍ଥାନରେ ହେବ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ । ଏନେଇ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ତେବେ ନୂଆ ରୂପରେ ଝଟକିବ ବାରିପଦା ସହର । ବସ୍ ଷ୍ଟାଣ୍ଡ କାମ ସାରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଏନେଇ ବୈଠକ ଡାକି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଏଥିସହ ରେଲୱେରେ କିପରି ବ୍ରିଜ୍ ହେବ, କିପରି ବାଇପାସ୍ ହେବ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି ।