ED କୁ ରାଜନୈତିକ ଲଢ଼େଇ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ – ସୁପ୍ରିମକୋର୍ଟ…

ସୋମବାର ସୁପ୍ରିମକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)ର କିଛି କାର୍ଯ୍ୟ ଉପରେ ତୀବ୍ର ମତଭେଦ ଦେଖିବାକୁ ମିଳିଥିଲା। କୋର୍ଟ ଏଜେନ୍ସିକୁ କଡ଼ା ସମାଲୋଚନା କରି ସୂଚାଇ ଦେଇଥିଲେ ଯେ ଏହାକୁ ରାଜନୈତିକ ଲଢ଼େଇ ପାଇଁ ବ୍ୟବହାର କରାଯିବା ଉଚିତ୍ ନୁହେଁ ଏବଂ କହିଥିଲେ ଯେ ଏହାର “ଅଧିକାରୀମାନେ ସମସ୍ତ ସୀମା ଅତିକ୍ରମ କରୁଛନ୍ତି”। ଭାରତର ସୁପ୍ରିମକୋର୍ଟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର କାର୍ଯ୍ୟକଳାପକୁ ନେଇ ଏକ ବିତର୍କ ହୋଇଛି । ରାଜନୈତିକ ଉଦ୍ଦେଶ୍ୟରେ ଇଡିର ବ୍ୟବହାର ହେଉଥିବା ନେଇ କୋର୍ଟ ଚିନ୍ତା ବ୍ୟକ୍ତ କରିଥିବା ବେଳେ, ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାକୁ ଏକ ଅନୁଷ୍ଠାନ ବିରୋଧରେ ସୁଚିନ୍ତିତ ଭାବେ କରାଯାଉଥିବା ଏକ ଷଡ୍‌ଯନ୍ତ୍ର ବୋଲି କହିଛନ୍ତି ।

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ପତ୍ନୀଙ୍କୁ ଏକ ମାମଲାରେ ଇଡିର ସମନକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଇଡିର ଅଧିକାରୀମାନେ ସମସ୍ତ ସୀମା ଅତିକ୍ରମ କରୁଛନ୍ତି ଏବଂ ଏହାକୁ ରାଜନୈତିକ ଲଢେଇ ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ । ଏହାସହ କୋର୍ଟ କହିଥିଲେ, “ରାଜନୈତିକ ଲଢେଇ ନିର୍ବାଚନ ମଇଦାନରେ ଲଢାଯିବା ଆବଶ୍ୟକ, ଏଥିପାଇଁ ଇଡିକୁ କାହିଁକି ବ୍ୟବହାର କରାଯାଉଛି?

ଏହାର ଜବାବରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ବାଢିଥିଲେ ଯେ ଏକ ଅନୁଷ୍ଠାନ ବିରୋଧରେ ଏକ ଭିତ୍ତିହୀନ ଧାରଣା ସୃଷ୍ଟି କରିବା ପାଇଁ ଏକ ସୁଚିନ୍ତିତ ପ୍ରୟାସ କରାଯାଉଛି। ସେ ଆହୁରି ମଧ୍ୟ କହିଥିଲେ ଯେ କିଛି ମାମଲାରେ ଯଦି ଇଡି ଦ୍ୱାରା କିଛି ଭୁଲ ହୋଇଥାଏ, ତେବେ ଅଦାଲତ ହସ୍ତକ୍ଷେପ କରିବେ କିନ୍ତୁ ସାଧାରଣ ଭାବେ ଏପରି ମନ୍ତବ୍ୟ ଦେବା ଆଦୌ ଠିକ୍ ନୁହେଁ ।