ମେଡିକାଲରୁ ଡିସଚାର୍ଜ ହେବାପରେ, ବବି ଦାସ ଆରମ୍ଭ କରିଛନ୍ତି “ଅସୁସ୍ଥତା-୨.୦”ର ନାଟକ । ଲୋକସେବା ଭବନ ଏବଂ ଏମ୍ସ ମେଡିକାଲରେ ଏହି ନାଟକର ପ୍ରଥମ ଭାଗ ପୁରା ରାଜ୍ୟକୁ ଦେଖାଇ ସାରିଥିବା ବବି ଦାସ, ଗତକାଲି ଯାଜପୁର ସ୍ଥିତ ତାଙ୍କ ବାସଭବନରେ ଆରମ୍ଭ କରିଥିଲେ ଏହାର ଦ୍ୱତୀୟ ଭାଗ । ଫରକ କେବଳ ଏତିକି ପ୍ରଥମ ଭାଗରେ ବବିଙ୍କ ଜବରଦସ୍ତ ଆକ୍ଟିଂ ଦେଖିବାକୁ ମିଳିଥିବା ବେଳେ, ଏବେ ଦ୍ୱିତୀୟ ଭାଗରେ ତାଙ୍କ ଭଡାଟିଆ କର୍ମୀଙ୍କ ବ୍ଲଗବଷ୍ଟରବାଲା ସିନ୍ ଦେଖିବାକୁ ମିଳିଛି । ଯେଉଁ କଥା ଆମେ କହୁନୁ, ବରଂ ସାଧାରଣରେ ବର୍ତ୍ତମାନ ଏହା ଚର୍ଚ୍ଚା ହେଲାଣି । କିଛି ଟଙ୍କା ଦେଇ କାଳେ ବବି ଦାସ, ଭଡାରେ କିଛି ଲୋକଙ୍କୁ ଆଣି ତାଙ୍କ ଘର ସାମ୍ନାରେ ଲୋକଙ୍କ ଭିଡ ଜମାଇବା ସହିତ ନିଜେ ନିଜର ପ୍ରଚାର ପ୍ରସାର କରିଥିବା ଖବର ଜିଲ୍ଲାରେ ଟୁପୁର ଟାପୁର ହେଲାଣି ।

କେବଳ ଏତିକି ନୁହେଁ । କାହାକୁ ଗଛ ଉପରେ ଚଢି ଫଟୋ ଉଠାଇବାର ଦାୟିତ୍ୱ ମିଳିଥିଲା ତ, ଆଉ କାହାକୁ ପଛରେ ଛିଡା ହେବାକୁ । ଏମିତି କି, କିଛି ଗୋଷ୍ଟୀଙ୍କୁ ୫-୬ ଜଣ ଲେଖାଏଁ ଆସି ଫଟୋ ଉଠାଇବାକୁ ମଧ୍ୟ ନିର୍ଦ୍ଦେଶ ମିଳିଥିଲା । ଆଉ ଏହି ଭଡାରେ ଆସିଥିବା କଳାକରଙ୍କ ନିଖୁଣ ଅଭନୟକୁ ଦେଖି, ବବି ମଧ୍ୟ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । କିଛି ନ ଜାଣଥିଲା ପରି, ଗଣମାଧ୍ୟମର କ୍ୟାମେରା ଆଗରେ ନାଟକ କରିଥିଲେ । ଏବଂ ଗୋଟିଏ ଗୁଳିରେ ଦୁଇଟି ଶିକାର କରିଲେ । ପ୍ରଥମରେ ଦଳର କିଛି ନେତାଙ୍କୁ ବାର୍ତ୍ତା ଦେଲେ କି, ଏବେ ମଧ୍ୟ ତାଙ୍କର ଯାଜପୁରେ କିଛି କ୍ରେଜ୍ କମିନି । ଏବଂ ଦ୍ୱିତୀୟରେ ଦଳର ସୁପ୍ରିମୋଙ୍କୁ ଭରସା ଦଲେ ଯେ, ହାରିଲା ପରେ ବି ଯାଜପୁରବାସୀ ମୋ ସହ ଛିଡା ହୋଇଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି । ଯେଉଁ ସୌମ୍ୟଶ୍ରାଙ୍କୁ ନ୍ୟାୟ ଦେବାକୁ କହି ଏମାନେ ରାସ୍ତାରେ ଗର୍ଜନ କରୁଥିଲେ । ଏବେ ଏହି ଘଟଣାକୁ ଦିନ କେଇଟା ବି ବିତିନି । ତାହେଲେ କର୍ମୀଙ୍କ ଗହଣରେ ବବିଙ୍କ ମୁହଁରେ ଏବେ ଏପରି ଖିଲି ଖିଲି ହସ ଫୁଟୁଛି କେମିତି ?