ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରି ଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ
ଶ୍ରୀନଗର-: ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରି ଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ । ସେ କାଶ୍ମୀର ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ଅଧିକାରୀମାନଙ୍କୁ ଭେଟି ସୁରକ୍ଷା ବ୍ୟବସ୍ଥା ଏବଂ ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ । ଅଧିକାରୀମାନେ ଜେନେରାଲ ଦ୍ୱିବେଦୀଙ୍କୁ ବର୍ତ୍ତମାନର ବ୍ୟବସ୍ଥା ଏବଂ ରଣନୈତିକ ଦିଗ ବିଷୟରେ ବିସ୍ତୃତ ଭାବରେ ଅବଗତ କରାଯାଇଥିଲା । ଏହା ବ୍ୟତୀତ ସୁରକ୍ଷା ଏବଂ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବା ପାଇଁ ଆଧୁନିକ ପ୍ରଯୁକ୍ତି ବିଦ୍ୟାକୁ ସାମିଲ କରୁଛି ସେନା । ଏହି ଅବସରରେ ସେନା ମୁଖ୍ୟ ଅମରନାଥ ଯାତ୍ରା ସମୟରେ ଭକ୍ତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଯୋଗାଇବାକୁ ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ତଥା ପ୍ରତ୍ୟେକ ସ୍ତରରେ ପ୍ରସ୍ତୁତ ରହିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।