ଦୁର୍ଘଟଣାର ଶୀକାର ହେଲେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଦୟା ନାୟକ

ଭୁବନେଶ୍ୱର ବଡ଼ଗଡ଼ ଦୁର୍ଘଟଣାର ଶୀକାର ହେଲେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଦୟା ନାୟକ । ଏକ ୱାଗନର ଗାଡି ଦ୍ରୁତ ଗତିରେ ଆସି ଦୟା ନାୟକଙ୍କ ସ୍କୁଟିକୁ ବାଡେ଼ଇଥିଲା । ଫଳରେ ଗୁରୁତର ଅବସ୍ଥାରେ ଦୟାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ୍ ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
ପୋଲିସ୍ ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ କ୍ୟାପିଟାଲ ଥାନାର ଭାରପ୍ରାପ୍ତ ଅଧିକାରୀ ଦୟା ନାୟକ ନିଜ କାମ ସାରି ଥାନାରୁ ଘରକୁ ନିଜ ସ୍କୁଟି ଯୋଗେ ଫେରୁଥିଲେ, ସେତେବେଳେ ହଠାତ୍ ଜଣେ ମଦ୍ୟପ ଗାଡି ଚାଳକ ୱାଗନର ଆଣି ଇନ୍ସପେକ୍ଟରଙ୍କ ସ୍କୁଟିକୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ । ପରେ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଏପଟେ ଘଟଣାସ୍ଥଳରୁ ଦୁର୍ଘଟଣା ଘଟାଇ ଥିବା କାର୍ ଆଉ ମଦ୍ୟପ ଚାଳକଙ୍କୁ ମଧ୍ୟ କାବୁ କରି ପୋଲିସର ଜିମା ଦେଇଥିଲେ ସ୍ଥାନୀୟ ଲୋକ ମାନେ । ଦୁର୍ଘଟଣାରେ ଦୟା ତଳେ ପଡିଯାଇଥିବାବେଳେ, ସ୍କୁଟିର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି ।