ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଥାନାରେ ଅଟକ କଂଗ୍ରେସ ନେତୃବୃନ୍ଦ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ପୋଲିସ ଆଜି ବିଳମ୍ବିତ ରାତିରେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ପିସିସି ସାଧାରଣ ସମ୍ପାଦକ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର କଂଗ୍ରେସ ନେତା ୟାଶିର ନୱାଜ୍ ଓ ଅନ୍ୟ ଯୁବ କଂଗ୍ରେସ ନେତ୍ରୁବୃନ୍ଦଙ୍କୁ ଗିରଫ କରି କ୍ୟାପିଟାଲ ଥାନାରେ ଅଟକ ରଖିଛି।

ଯଦି ବର୍ଷ ୧, ଉପଲବ୍ଧି ଅନେକ ବିଜେପି କହୁଛି ଏବଂ ବିଜେପି ସରକାରର ଏକ ପୂର୍ତ୍ତି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସୂଛନ୍ତି ତେବେ କଂଗ୍ରେସ ନେତୃବୃନ୍ଦ ଙ୍କୁ ଏତେ ଭୟ କାହିଁକି ? ରାତି ଅଧରେ ଘରେ ଘରେ ପଶି ପୋଲିସ କଂଗ୍ରେସ ନେତୃବୃନ୍ଦ ଙ୍କୁ କାହିଁକି ଗିରଫ କରି ଥାନାରେ ଅଟକ ରଖୁଛି ?

ବିଜେପି ସରକାରର ଏଭଳି କାର୍ଯ୍ୟକୁ କଂଗ୍ରେସ ଦଳ ଦୃଢ଼ ନିନ୍ଦା କରୁଛି।ସାଧାରଣ ଜନତାଙ୍କ ନ୍ୟାୟ ପାଇଁ ଏ ଗିରଫ କୁ ଭୟ ନକରି ଆଗକୁ ଲଢେଇ ଜୋରଦାର ହେବ ବୋଲି ପିସିସି ସାଧାରଣ ସମ୍ପାଦକ ୟାଶିର୍ ନୱାଜ୍ କହିଛନ୍ତି।