ଶୁକ୍ରବାର ଠାରୁ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି

ଲଣ୍ଡନ-: ଶୁକ୍ରବାର ଠାରୁ ଭାରତୀୟ କ୍ରିକେଟ୍ ଦଳ ୨୦୨୫-୨୭ ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପରେ ତା’ର ପ୍ରଥମ ଶୃଙ୍ଖଳା ଖେଳିବ । ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି । ଦୁଇ ପୂର୍ବତନ ଅଧିନାୟକ ବିରାଟ ‌କୋହଲି ଓ ରୋହିତ ଶର୍ମାଙ୍କ ସହ ବରିଷ୍ଠ ସ୍ପିନର ଆର୍‌ ଅଶ୍ବିନଙ୍କ ଅବସର ପରେ ଶୁବମନ ଗିଲ୍ ଭାରତୀୟ ଟେଷ୍ଟ୍ ଦଳର ନବନିଯୁକ୍ତ ଅଧିନାୟକ ଭାବେ ନିଜ ଅଭିଯାନ ଆରମ୍ଭ କରିବେ । ଇଂଲଣ୍ଡ ଲିଡ୍ସରେ ଖେଳାଯିବ ସିରିଜର ପ୍ରଥମ ଟେଷ୍ଟ । ଅପରାହ୍ନ ସାଢେ ୩ ଟାରୁ ଆରମ୍ଭ ହେବ ମ୍ୟାଚ୍ । ଗିଲଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟମ୍ୟାଚ୍‌ରୁ ଉଭୟ ଦଳ ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହିଁବେ । ଉଭୟ ଦଳଙ୍କୁ ଦେଖିଲେ ବ୍ୟାଟିଂରେ ଇଂଲଣ୍ଡ ଓ ବୋଲିଂରେ ଭାରତ ଶକ୍ତିଶାଳୀ ମନେହେଉଛି । ଇଂଲଣ୍ଡ ତା’ର ଚୂଡ଼ାନ୍ତ ଏକାଦଶ ଘୋଷଣା କରିସାରିଛି । ଭାରତର ଟିମ ସିଲେକ୍ସନ ଓ ବ୍ୟାଟିଂ ପୋଜିସନକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ରହିଛି ।